ମସ୍ତିଷ୍କ ରେ ସବୁବେଳେ ଚାଲିଥାଏ ନକରାତ୍ମକ ଚିନ୍ତାଧାରା। ତେବେ ଆଜି ହିଁ ଏହି ଖରାପ ଅଭ୍ୟାସ ସବୁ ଛାଡିଦିଅନ୍ତୁ। ମନ ପ୍ରସନ୍ନ ରହିବ…

ସେହି ସମସ୍ତ ସମ୍ପର୍କକୁ ଛାଡିଦିଅନ୍ତୁ, ଯେଉଁଥିରେ ଆପଣଙ୍କୁ ଅପମାନ ଏବଂ କଷ୍ଟ ଶିବାକୁ ପଡୁଛି, ଏବଂ ଆପଣଙ୍କ ମସ୍ତିଷ୍କ ସବୁବେଳେ ସେହି ଦୁଶ୍ଚିନ୍ତା ରେ ବୁଡିରହେ।

ନିଜ ବିଷୟରେ ଖରାପ ଚିନ୍ତା କରିବା ଆଜିଠୁ ବନ୍ଦ କରିଦିଅନ୍ତୁ। ନିଜ ବିଷୟରେ ସବୁବେଳେ ଭଲ ଚିନ୍ତା କରନ୍ତୁ।

ଏପରି ପରିବେଷ ଠାରୁ ଦୂରେଇ ରୁହନ୍ତୁ, ଯାହା ଦ୍ଵାରା ଆପଣ ନିଜ ଉପରେ ସନ୍ଦେହ କରିବାରେ ଲାଗନ୍ତି। ଏହା ହିଁ ମାନସିକ ଚିନ୍ତା ର ପ୍ରାଥମିକ ସ୍ତର।

ଯଦି ଆପଣ ଖୁସିରେ ରହିବାକୁ ଚାହାନ୍ତି, ତେବେ ଖୁସି ପଛରେ ଗୋଡ଼ାଇବା ବନ୍ଦ କରନ୍ତୁ। ଏହା ପରିବର୍ତ୍ତେ ସବୁ ପରିସ୍ଥିତି ରେ ଖୁସି ରହିବାକୁ ଚେଷ୍ଟା କରନ୍ତୁ।

ଆପଣଙ୍କ ସହିତ ଘଟୁଥିବା ସମସ୍ତ ଅସୁବିଧାକୁ ଯଦି ଆପଣ ଅନ୍ୟ ମାନଙ୍କୁ ଦାୟୀ କରନ୍ତି। ତେବେ ଏହା କରିବା ବନ୍ଦ କରନ୍ତୁ।

କୌଣସି ଜିନିଷ ବି ପୁରା ପରଫେକ୍ଟ ନଥାଏ। ତେଣୁ ସବୁଥିରେ ପରଫେକସନ ନ ଖୋଜି, adjust କରିବା ଶିଖନ୍ତୁ।

ଅନେକ ଲୋକଙ୍କ ପ୍ରତିଶୋଧ ନେବା ଭାବନା ପ୍ରବଳ ଥାଏ, ଏହା କରିବା ଦ୍ଵାରା ତୁମର ମାନସିକ ଶାନ୍ତି ନଷ୍ଟ ହେବ। ତେଣୁ ସବୁବେଳେ କ୍ଷମା କରିବା ଶିଖନ୍ତୁ।

ବ୍ୟସ୍ତ ଜୀବନ ଭିତରେ ନିଜ ପାଇଁ ଟିକେ ସମୟ ବାହାର କରନ୍ତୁ। ଏହା ଦ୍ଵାରା ଆପଣ ନିଜ ଭିତରେ ପରିବର୍ତ୍ତନ ଅନୁଭବ କରିବେ।

ନିଜ ପାଇଁ ସମୟ ବାହାର କରି ଯୋଗ ଏବଂ ମେଡିଟେସନ କରନ୍ତୁ।