Netflix ଦେଉଛି ମାଗଣା ସଦସ୍ୟତା ଅଫର୍ : ଜାଣନ୍ତୁ ଏହି ଅଫର୍ ବିଷୟରେ …

ଯଦି ଆପଣଙ୍କର Netflix ସଦସ୍ୟତା (subscription) ନାହିଁ ତେବେ ଆପଣଙ୍କ ପାଇଁ ଖୁସି ଖବର । କମ୍ପାନୀ ମାଗଣା ସଦସ୍ୟତା ଦେଉଛି । କିନ୍ତୁ ଏହା କେବଳ ୨ ଦିନ ପାଇଁ । ଷ୍ଟ୍ରିମ୍ ଫେଷ୍ଟ (StreamFest) ଆଧାରରେ କମ୍ପାନୀ ୪୮ ଘଣ୍ଟା ପାଇଁ ଏହି ନିଶୁଳ୍କ ସଦସ୍ୟତା ଦେଉଛି ।

ଅଧିକରୁ ଅଧିକ ଲୋକଙ୍କୁ ଏହି ପ୍ଲାଟଫର୍ମକୁ ଆଣିବାକୁ କମ୍ପାନୀ ଏହି ଅଫର୍ ଘୋଷଣା କରିଛି । ଯଦି ଆପଣଙ୍କର Netflix ନାହିଁ ତେବେ ବିନା ଦେୟରେ ଆପଣ ୨ ଦିନ ମାଗଣାରେ କୌଣସି ସିରିଜ୍ କିମ୍ବା ଫିଲ୍ମ ଦେଖିପାରିବେ । ସୂଚନାଯୋଗ୍ୟ ଯେ Netflix ଗୋଟିଏ ମାସ ପାଇଁ ଟ୍ରାଏଲ୍ ଦେଇଆସୁଥିଲା । କିନ୍ତୁ ନିକଟରେ କମ୍ପାନୀ ଏହି ମସିକିଆ ଟ୍ରାଏଲ୍ ଅଫରକୁ ବାତିଲ କରିଦେଇଛି ।

ତେବେ ଭାରତୀୟ ଗ୍ରାହକଙ୍କ ପାଇଁ ଏହି ଅଫର୍ ଡିସେମ୍ବର ୪ରୁ ଆରମ୍ଭ ହେବ । ଏହି ପ୍ରୋତ୍ସାହନମୂଳକ ଅଫରକୁ ଷ୍ଟ୍ରିମ୍ ଫେଷ୍ଟ (StreamFest) କୁହାଯିବ । ଏହି ଅଫର ବର୍ତ୍ତମାନ ଟ୍ରାଏଲ୍ କରାଯାଉଛି । ତେବେ ଏହି ଷ୍ଟ୍ରିମ୍ ଫେଷ୍ଟ ପ୍ରମୋସନାଲ୍ ଅଫରରେ ଆପଣଙ୍କୁ କ୍ରେଡିଟ୍ କାର୍ଡ କିମ୍ବା ଅନ୍ୟାନ୍ୟ ଦେୟ ବିବରଣୀ ମଧ୍ୟ ଦେବାକୁ ପଡ଼ିବ ନାହିଁ ।

ଏହାପୂର୍ବରୁ ଯେଉଁ ମସିକିଆ ମାଗଣା ଟ୍ରାଏଲ୍ ଦିଆଯାଇଥିଲା ସେଥିରେ ଉପଭୋକ୍ତାମାନଙ୍କୁ ଦେୟ ବିବରଣୀ ପୂରଣ କରିବାକୁ ପଡୁଥିଲା । ଟ୍ରାଏଲ୍ ଶେଷ ହେବାପରେ କମ୍ପାନୀ ସେଥିରୁ ଟଙ୍କା କାଟି ନେଉଥିଲେ ଯଦିଓ ସଦସ୍ୟତା ବାତିଲ କରିବାକୁ ଏକ ବିକଳ୍ପ ଥିଲା ।

Netflix ର COO ଗ୍ରେଗ ପିଟର୍ସ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଏହି ନୂଆ ଘୋଷଣାକୁ ନେଇ ଉତ୍ସାହିତ ଅଛନ୍ତି ଏବଂ ଏହା କିପରି କାମ କରୁଛି ତାହା ଦେଖିବାକୁ ଚାହୁଁଛନ୍ତି । କମ୍ପାନୀର ଉଦ୍ଦେଶ୍ୟ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା । ତେଣୁ ୱିକେଣ୍ଡ୍ ପାଇଁ ମାଗଣାରେ ଦିଆଯାଉଛି Netflix ।

Leave a Reply

Your email address will not be published. Required fields are marked *