ବର୍ତ୍ତମାନ ଯଦି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୁଏ ତ ମିଳିବ ତାଙ୍କ ପରିବାରର ଜଣଙ୍କୁ ଚାକିରି

ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସ୍ ନିୟମରେ ଗୋଟେ ବଡ଼ ସଂଶୋଧନ ହୋଇଛି । ଚାକିରି କାଳ ବାକି ଥାଇ ଯଦି କୌଣସି କର୍ମଚାରୀର ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଗ୍ରୁପ୍‌ ଡ଼ି’ ପଦବୀରେ ଚାକିରି ଖଣ୍ଡେ ମିଳିବ । ଏହାସହିତ ସିଭିଲ୍ ରିହାବିଲିଟେସନ୍ ସ୍କିମ୍‌ରେ ବିଭିନ୍ନ ଗ୍ରୁପର କର୍ମଚାରୀଙ୍କ ମୃତ୍ୟୁ ପରେ ଯେ ସେମାନଙ୍କ ପରିବାରବର୍ଗ ଭିତରୁ ଅନ୍ୟୂନ ଜଣଙ୍କୁ ଗ୍ରୁପ ଡ଼ି’ ଚାକିରିଟେ ମିଳିବ ବୋଲି ରାଜ୍ୟ କ୍ୟାବିନେଟରେ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପଞ୍ଚମ ଅର୍ଥ କମିଶନଙ୍କ ରିପୋର୍ଟକୁ ମଞ୍ଜୁରି ମିଳିଛି । ଏହାଛଡ଼ା ୯ଟି ପ୍ରସ୍ତାବକୁ ଯଥା ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ, ଶିକ୍ଷିତ ଯୁବପିଢ଼ିଙ୍କୁ ଚାକିରି ଦେବା ପାଇଁ STPI ଖୋଲିବା ପାଇଁ ରାଜ୍ୟ ସରକାର ପଦକ୍ଷେପ, ଓଡ଼ିଶା ଖଣି ନିଗମର ଦୀର୍ଘ ମିଆଦି ଲିଂକେଜ୍‌ ତଥା ବିଧାନସଭା ତୃତୀୟ ଅଧିବେଶନ ଆଦିକୁ ମଧ୍ୟ ମଞ୍ଜୁରି ମିଳିଛି ଆଜି । ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପରେ ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ପ୍ରକଳ୍ପ ପାଇଁ ୩୪୪ କୋଟି ଖର୍ଚ୍ଚ ହେବ ଓ STPI ଖୋଲାଗଲେ ଯେକୌଣସି ଅଞ୍ଚଳରେ ୩ ଏକର ଜମି ପ୍ରିମିୟମ୍ ମାଗଣାରେ ଦିଆଯିବ ବୋଲି ସୂଚନା ମିଳିଛି ।

ଏହାଛଡ଼ା ବୈଠକରେ ବଜେଟକୁ ନେଇ ମଧ୍ୟ ଆଲୋଚନା ହୋଇଛି । ଏଥର ବଜେଟର ପରିମାଣ ଦେଢ଼ ଲକ୍ଷ କୋଟି ଟପିବା ନେଇ ସୂଚନା ରହିଛି । ଚଳିତ ବଜେଟ ପ୍ରାୟ ୧ ଲକ୍ଷ ୫୩ ହଜାର କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛ ।

Leave a Reply

Your email address will not be published. Required fields are marked *