ଯାତ୍ରୀ ମାନଙ୍କ ପାଇଁ ରେଳ ଟିକେଟକୁ ନେଇ ଆସିଲା ଖୁସି ଖବର। ଏବେ ଟ୍ରେନ ବିଳମ୍ବ ହେଲେ ଯାତ୍ରୀ ଫେରିପାଇବେ ସମ୍ପୂର୍ଣ୍ଣ ଟିକେଟ ଟଙ୍କା…

ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଯଦିଓ ରେଳ ବିଭାଗ ଠିକ୍ ସମୟରେ ଟ୍ରେନ ଚଲାଇବା ପାଇଁ ଚେଷ୍ଟା କରନ୍ତି ହେଲେ କିଛି କାରଣ ପାଇଁ ବେଳେବେଳେ କିଛି ଟ୍ରେନ ବିଳମ୍ବ ହୋଇଥାଏ । ଏହା ଆପଣ ମାନେ ମଧ୍ୟ ଦେଖିଥିବେ । ଅନେକ ଥର ଟ୍ରେନ ୬ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ବିଳମ୍ବ ହୋଇଥାଏ । ଯଦି ଟ୍ରେନ ଗୁଡିକ ଠିକ୍ ସମୟରେ ଚାଲୁ ନଥାଏ, ତେବେ ଯାତ୍ରୀମାନଙ୍କୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆଜି ଆପଣମାନଙ୍କୁ ରେଳବାଇର ଏକ ବିଶେଷ ସୁବିଧା ବିଷୟରେ ଜଣାଇବା ପାଇଁ ଯାଉଛୁ । ଯଦି ଆପଣ ଟ୍ରେନରେ ଯାତ୍ରା କରୁଥିବେ ତାହାଲେ ଏହା ଜାଣିବା ଆପଣଙ୍କ ପାଇଁ ବହୁତ ଗୁତୁତ୍ୱପୂର୍ଣ୍ଣ ।

ରେଳ ଟିକେଟ୍ କୁ ନେଇ କଣ ରହିଛି ଯୋଜନା?

ଯଦି କୌଣସି ଯାତ୍ରୀ କନଫର୍ମ, ଆରଏସି କିମ୍ବା ୱେଟିଂଲିଷ୍ଟ ଟିକେଟ୍ ରଖିଥିବା ଯାତ୍ରୀଙ୍କ ଟ୍ରେନ ଆସିବାରେ ୩ ଘଣ୍ଟାରୁ ଅଧିକ ବିଳମ୍ବ ହୁଏ ଓ ଯାତ୍ରୀ ଜଣଙ୍କ ସେହିଦିନ ସେହିଟ୍ରେନରେ ଯାତ୍ରା ନ କରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ରେଳ ବିଭାଗ ସଂପୃକ୍ତ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟିକେଟ ଅର୍ଥ ଫେରାଇବାକୁ ବାଧ୍ୟ । ଯଦି ଅପଣଙ୍କର ଏକ ଇ-ଟିକେଟ୍ ଅଛି, ତେବେ ସମ୍ପୂର୍ଣ୍ଣ ଅନୁମତି ପାଇବା ପାଇଁ ଆପଣଙ୍କୁ ଟ୍ରେନ୍ ଛାଡିବାର ୧ ଘଣ୍ଟା ପୂର୍ବରୁ ଏକ ଅନଲାଇନ ଟିଡିଆର ଭରିବାକୁ ପଡିବ । ଯଦି ଆପଣ ରିଜର୍ଭେସନ କାଉଣ୍ଟରରୁ ଟିକେଟ କିଣିଛନ୍ତି ତେବେ ଆପଣଙ୍କୁ କାଉଣ୍ଟରକୁ ଯାଇ ଟିକେଟ୍ କ୍ୟାନସଲ କରିବାକୁ ପଡିବ ।

ଇ-ଟିକେଟଧାରୀ ଯଦି ଟ୍ରେନ ବିଳମ୍ବ ପାଇଁ ଟିକେଟ କ୍ୟାନସଲ କରୁଛନ୍ତି ତେବେ ୩ ରୁ ୭ ଦିନ ମଧ୍ୟରେ ସେ ତାଙ୍କର ଟିକେଟ ଅର୍ଥ ଫେରିପାଇବେ । ହେଲେ ଟ୍ରେନ ଆପଣଙ୍କ ଷ୍ଟେସନ ଛାଡିବା ପରେ ଯଦି ଆପଣ ଇ-ଟିକେଟ୍ କ୍ୟାନସଲ କରୁଛନ୍ତି ତେବେ ଆପଣଙ୍କୁ କୌଣସି ଅର୍ଥ ଫେରସ୍ତ କରାଯିବ ନାହିଁ ।

ଯଦି ଆପଣ ଅପେକ୍ଷା କରିଥିବା ଟ୍ରେନଟି ୩ ଘଣ୍ଟାରୁ ଅଧିକ ବିଳମ୍ବରେ ଆସୁଛି ତେବେ ଆପଣ ଆଇଆରସିଟିସି ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ କିମ୍ବା ରିଜରର୍ଭେସନ କାଉଣ୍ଟରକୁ ଯାଇ ଟିକେଟ କ୍ୟାନସଲ କରି ଟିକେଟ୍ ଅର୍ଥ ଫେରସ୍ତ ପାଇପାରିବେ ।

ରେଳବାଇର ନିୟମ ଅନୁସାରେ, ସମ୍ପୂର୍ଣ୍ଣ ଟିକେଟ ଅର୍ଥ ଫେରସ୍ତ ପାଇଁ ଆପଣ ସେତେବେଳେ ଆବେଦନ କରିପାରିବେ, ଯେତେବେଳେ ଟ୍ରେନ ତିନି ଘଣ୍ଟାରୁ ଅଧିକ ସମୟ ବିଲମ୍ବ ହେବ । ଅନ୍ୟପଟେ ଆପଣ ଯଦି ଆପଣଙ୍କ ଭ୍ରମଣ ପରିବର୍ତ୍ତନ କରୁଛନ୍ତି ବା କୌଣସି ଅନ୍ୟ କାରଣରୁ ଟିକେଟ କ୍ୟାନସଲ କରୁଛନ୍ତି ସେତେବେଳେ ଆପଣଙ୍କୁ କ୍ୟାନସଲ ଚାର୍ଜ ଦେବାକୁ ପଡିବ । କ୍ୟାନସଲ ଚାର୍ଜ ଆପଣଙ୍କର ଟିକେଟ ଟାଇପ ଓ ସମୟ ଆଧାରରେ ଲାଗିବ ।