ଚୀନରେ ଭାଇରସ, ଭାରତରେ ଆତଙ୍କ। କୋଭିଡ ପରେ ପୁଣି ଅଜଣା ଭାଇରସକୁ ନେଇ ଚିନ୍ତାରେ ଭାରତ। ସବୁ ରାଜ୍ୟକୁ ଚିଠି ଲେଖି ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ।
ଚାଇନା ଭାଇରସରେ ପିଲା ନିମୋନିଆରେ ଆକ୍ରାନ୍ତ ସୃଷ୍ଟି କରିଛି ଭୟ। କେନ୍ଦ୍ର ସରକାର ସବୁ ରାଜ୍ୟକୁ କଲେ ଆଗୁଆ ସଚେତନ। ରାଜ୍ୟ ସରକାର ବି ଆଲର୍ଟ।
କେନ୍ଦ୍ର ସରକାର ଆଗୁଆ ସଚେତନ ରହିବାକୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ବି ନେଇଛନ୍ତି ପଦକ୍ଷେପ।
ଜିଲ୍ଲାରେ କୋଭିଡ୍ ଟେଷ୍ଟ ବଢ଼ାଇବାକୁ ନିର୍ଦ୍ଦେଶ। ଏହା ସହ ଆଇସୋଲେସନ ୱାର୍ଡ, ବେଡ୍ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ। ଥଣ୍ଡା ଜ୍ବର କାଶ ହେଲେ ମାସ୍କ୍ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ।
ଚାଇନା ଭାଇରସ୍କୁ ନେଇ ସତର୍କ ହେଲେ ଓଡ଼ିଶା ସରକାର। ଜିଲ୍ଲାରେ ଟେଷ୍ଟ ବଢ଼ାଇବାକୁ ନିର୍ଦ୍ଦେଶ। ଆଇସୋଲେସନ ୱାର୍ଡ ଓ ବେଡ୍ ସଂରକ୍ଷିତ ରଖିବାକୁ ପରାମର୍ଶ। ଥଣ୍ଡା ଓ କାଶ ହେଲେ ମାସ୍କ ପିନ୍ଧିବାକୁ ଅପିଲ୍।
ଭାଇରସ୍ H9N2 ନୂଆ ନୁହେଁ, କିନ୍ତୁ ରାଜ୍ୟରେ ଚିହ୍ନଟ ହୋଇନି। ଏଯାବତ୍ ରାଜ୍ୟରେ ନୂଆ ଭାଇରସ୍ ନେଇ କିଛି ତଥ୍ୟ ନାହିଁ। ସତର୍କମୂଳକ ଭାବେ ସର୍ଭେଲାନ୍ସ ସହ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ। ଯେଉଁମାନଙ୍କୁ ଥଣ୍ଡା ଓ କାଶ ହେଉଛି। ମାସ୍କ ବ୍ୟବହାର କରନ୍ତୁ। ବେଡ୍ ସଂରକ୍ଷିତ ସହ ମେଡିସିନ୍, ଟେଷ୍ଟିଂ ଓ ଟ୍ରିଟ୍ମେଣ୍ଟ କରନ୍ତୁ ବୋଲି ଅପିଲ କରାଯାଇଛି।
H9N2 ଭାଇରସ ଏକ ଇନଫ୍ଲୁଏଞ୍ଜା। ଯାହା ପ୍ରତି ସିଜିନ ବା ଋତୁ ପରିବର୍ତ୍ତନ ବେଳେ ଦେଖାଦିଏ। ପ୍ରଥମେ ଥଣ୍ଡା, କାଶ ଓ ଜ୍ଵର ହୁଏ। ସିଭିଅର୍ ହେଲେ ସିଭିଆର୍ ଆକ୍ୟୁଟ ରେସ୍ପିରେଟରି ଡିଜିଜ୍ କୁହାଯାଏ।
ଯାହା ଅଣନିଶ୍ବାସୀ କରିଦିଏ। ସେଥିପାଇଁ ପୁଣି ଥରେ କୋଭିଡ୍ ଟେଷ୍ଟ ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ। ସେପଟେ ନୟାଗଡ଼ ସିଡିଏମ୍ଓ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପରେ କୋଭିଡ ଟେଷ୍ଟ ସହ ବେଡ୍ ୱାର୍ଡ ପ୍ରସ୍ତୁତ।