ଖାଦ୍ୟରେ ମାଛି ବସିବା ଏବଂ ସେହି ଖାଦ୍ୟ ଖାଇ ମଣିଷ ଝାଡ଼ାବାନ୍ତି ଭଳି ସମସ୍ୟାର ସମ୍ମୁଖୀନ ହେବା ଏକ ସାଧାରଣ କଥା । ହେଲେ ମାଛି ଯେତେବେଳେ ଜମ୍ବି (କୌଣସି ପ୍ରାଣୀ ମୃତ ଅବସ୍ଥାରେ ମଧ୍ୟ ଚଳପ୍ରଚଳ କରିବା) ପାଲଟିଯାଏ, ତାହା ବୈଜ୍ଞାନିକଙ୍କ ମୁଣ୍ଡବିନ୍ଧାର କାରଣ ହୁଏ । ମାଛିଙ୍କ ଭିତରେ ଏଭଳି ଏକ ଫଙ୍ଗସ୍ (କବକ) ସଂକ୍ରମଣ ହେଉଛି, ଯାହା ମାଛି ଶରୀରକୁ ଖାଇବା ଆରମ୍ଭ କରି ଶେଷରେ ମାଛିକୁ ଚଳନ୍ତା ଜମ୍ବିରେ ପରିଣତ କରିଦିଏ । ଆସନ୍ତୁ ଜାଣିବା ମାଛିକୁ ହେଉଥିବା ରୋଗର କାରଣ କ’ଣ ଏବଂ ଏହି ଫଙ୍ଗସ୍ ମାଛି ଜରିଆରେ ମଣିଷ ଶରୀରକୁ ଆସି ମଣିଷକୁ ମଧ୍ୟ ଜମ୍ବି କରିଦେଇପାରେ କି ନା ।
ତେବେ ନିକଟରେ ଅନୁସନ୍ଧାନ କାରାଯାଇଥିବା ଦୁଇଟି ଫଙ୍ଗସ୍ ହେଉଛି ଷ୍ଟ୍ରଙ୍ଗଓ୍ବେଲସି ଟିଗାରିନେ (Strongwellsea tigrinae) ଏବଂ ଷ୍ଟ୍ରଙ୍ଗଓ୍ବେଲସି ଏସରୋସା Strongwellsea acerosa) । ଏମାନେ ବର୍ତ୍ତମାନ ଘରୋଇ ମାଛିର ଦୁଇଟି ପ୍ରଜାତି ଉପରେ ଆକ୍ରମର କରୁଛନ୍ତି । ଏହି ପ୍ରଜାତି ମାଛି ଉପରେ ଆକ୍ରମଣ କରି ସେମାନଙ୍କୁ ଚଳନ୍ତା ମୃତଦେହ କରିଦେଉଛନ୍ତି ଅର୍ଥାତ୍ ଜମ୍ବି କରିଦେଉଛି । ଆକ୍ରମଣ କରି ମାଛିର ଅଙ୍ଗକୁ ଖାଇବା ପରେ ବାହାରକୁ ଆସି ଅନ୍ୟ ମାଛିଙ୍କୁ ସଂକ୍ରମିତ କରେ । ଏହି ଫଙ୍ଗସ୍ ମାଛି ପେଟକୁ ଖାଇ ଯାଏ ଏବଂ ହଳଦିଆ ବୀଜାଣୁ ସୃଷ୍ଟି କରିଥାଏ । ଏହି ବୀଜାଣୁ ଜରିଆରେ ଅନ୍ୟ ମାଛି ବି ସଂକ୍ରମିତ ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଯେତେବେଳେ ଫଙ୍ଗସ୍ ମଣିଷ ଶରୀର ଭିତର ଅଙ୍ଗକୁ ଖାଉଥାଏ ସେ ସମୟରେ ବି ମାଛି ବଞ୍ଚିଥାଏ ।
ବୈଜ୍ଞାନିକମାନେ ଅନୁସନ୍ଧାନ କରି ଉପନ୍ନିତ ହୋଇଛନ୍ତି ଯେ ଫଙ୍ଗସର ବୀଜାଣୁ ବ୍ୟାପିବା ମାଛିଙ୍କ ପ୍ରଜନନ କ୍ରିୟା ବେଳେ ହୋଇଥାଏ । ମରିବା ପରେ ମଧ୍ୟ ମାଛିଙ୍କୁ ଏହି ଦୁଇଟି ଫଙ୍ଗସର ବୀଜାଣୁ ବ୍ୟାପିବାର ଆଶଙ୍କା ସମ୍ପୂର୍ଣ୍ଣ ଭାବରେ ରହିଥାଏ ଏବଂ ଯେତେବେଳେ ମାଛି ଶୁଖିକି ମରେ ଏହି ବୀଜାଣୁକୁ ଆହୁରି ବ୍ୟାପିବାକୁ ଦେଇଥାଏ । ଶୀତ କମିବା ମାତ୍ରେ ଏହି ବୀଜାଣୁ ସକ୍ରିୟ ହୋଇଯାଏ ଏବଂ ମାଛିଙ୍କ ଉପରେ ଆକ୍ରମଣ କରିଥାଏ ।
ସୂଚନାଥାଉ ଯେ ଡେନମାର୍କ ଏମଏଗର (Amager) ଓ ଜେଗର୍ସାପ୍ରିସ୍ (Jaegerspris) ରେ ଡଚ୍ ବୈଜ୍ଞାନିକ ଫଙ୍ଗସରୁ ସଂକ୍ରମିତ ମାଛିକୁ ଦେଖିଛନ୍ତି ଏବଂ ଏମାନେ ସହର ତଥା ଗ୍ରାମୀଣ ଅଞ୍ଚଳରେ ଦେଖିବାକୁ ମିଳିଥାନ୍ତି । ବୈଜ୍ଞାନିକମାନେ କରିଥିବା ରିପୋର୍ଟ “ଜର୍ନାଲ ଅଫ୍ ଇନଭ୍ରାଟେବେଟ୍ ପାଥୋଲୋଜି’ରେ ପ୍ରକାଶିତ ବି ହୋଇଥିଲା । ରିପୋର୍ଟ ଅନୁଯାୟୀ ମୁଖ୍ୟ ଗବେଷକ ଜର୍ଜନ ଇଲେନଗର୍ବ କହିଛନ୍ତି ଯେ ଆମେ ପ୍ରଥମ ଥର ଏଭଳି କିଛି ଦେଖିଲୁ ଯାହା ବିଶ୍ଵକୁ ଶେଷ କରିଦେବା ଭଳି ଘଟଣା । ଫଙ୍ଗସ୍ କାରଣରୁ ମାଛିଙ୍କର ଏଭଳି ସ୍ଥିତି ଭବିଷ୍ୟତରେ ମ୍ୟୁଟେସନ୍ ହୋଇ ମଣିଷକୁ ମଧ୍ୟ ସଂକ୍ରମିତ କରିପାରେ ।