ନୂଆଦିଲ୍ଲୀ: ମାର୍ଚ୍ଚ ୨୦ ତାରିଖ ସକାଳ ୫ ବାଜି ୩୦ ମିନିଟରେ ନିର୍ଭୟା ଦୁଷ୍କର୍ମ ଘଟଣାର ଚାରି ଜଣ ଅଭିଯୁକ୍ତଙ୍କୁ ଫାଶୀ । ଅଭିଯୁକ୍ତଙ୍କ ଦ୍ୱାରା ଆବେଦନ ହୋଇଥିବା କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଯୋଗୁଁ ପୂର୍ବରୁ ତିନି ଥର ମୃତ୍ୟୁ ପରୱାନା ସ୍ଥଗିତ ରହିଥିଲା । କିନ୍ତୁ ଅତିରିକ୍ତ ଅଧିବେଶନ ବିଚାରକ ଧର୍ମେନ୍ଦ୍ର ରାଣାଙ୍କ ଦ୍ଵାରା ଏ ଚତୁର୍ଥତମ ମୃତ୍ୟୁ ପରୱାନା ସେମାନଙ୍କ ପାଇଁ ସମସ୍ତ ବିକଳ୍ପ ବନ୍ଦ କରିଦେଇଛି । ପୱନ ଗୁପ୍ତାଙ୍କ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତ୍ୟାଖ୍ୟାନ କରିବା ପରଦିନ ହିଁ ଏ ମୃତ୍ୟୁ ପରୱାନା ଜାରି କରାଯାଇଥିଲା ।
ନିର୍ଭୟାର ମାଆ ଆଶା ଦେବୀଙ୍କ କହିବାନୁଯାୟୀ, ” ମାର୍ଚ୍ଚ ୨୦, ସେମାନଙ୍କୁ ଫାଶି ଦିଆଯିବାର ଶେଷ ତାରିଖ ହେଇଥାଉ ବୋଲି ମୁଁ ଆଶା କରୁଛି । ମୋ ମୃତ୍ୟୁର ଅପରାଧୀମାନେ ଯେପରି ଉଚିତ ଦଣ୍ଡ ପାଆନ୍ତୁ ଓ ଏ ନାରକୀୟ ଦୁର୍ଘଟଣାର ଯେମିତି ପୁନରାବୃତ୍ତି ନହେବ ବୋଲି ନିର୍ଭୟା ତାର ମୃତ୍ୟୁଶଯ୍ୟାର ଅନ୍ତିମ ଘଡ଼ିରେ କହିଥିଲା ।”