ସଂସ୍କାର : ୩ ବର୍ଷ ତଳେ ହୋଇଥିଲା ବିବାହ । ସୁଖଶାନ୍ତିରେ ଚାଲିଥିଲା ପରିବାର। କିନ୍ତୁ ଏହି ସୁଖୀ ପରିବାରରେ ଲାଗିଗଲା କଳା ବାଦଲ। ହଠାତ କେହି କିଛି ବୁଝିବା ପୂର୍ବରୁ ଆତ୍ମହତ୍ୟା କରିନେଲେ ଏହି ଦମ୍ପତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୋଏଡ଼ାରେ।
ନୋଏଡାରେ ରହୁଥିବା ଜଣେ ସ୍ୱାମୀ ଓ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ତେବେ ସ୍ୱାମୀଙ୍କ ଡାକ୍ତରୀ ରିପୋର୍ଟ ଦେଖିବା ପରେ ଦୁହେଁ ଏହି ବିଭର୍ଶ ନିଷ୍ପତ୍ତି ନେଇଥିଲେ। ଉଭୟ ମାତ୍ର ୩ ବର୍ଷ ପୂର୍ବେ ବିବାହ କରିଥିଲେ। ପୋଲିସ ସୂତ୍ରରୁ ଜଣାପଡିଛି ଯେ, କିଛି ଦିନ ପୂର୍ବରୁ ସ୍ୱାମୀ ଅରୁଣଙ୍କ ଗଳାରେ ଯନ୍ତ୍ରଣା ହୋଇଥିଲା। ପ୍ରଥମ କିଛି ଦିନ, ସେ ଏହାକୁ ଏକ ସାଧାରଣ ସମସ୍ୟା ବୋଲି ବିବେଚନା କରି କିଛି କରିନଥିଲେ, କିନ୍ତୁ ଯେତେବେଳେ ଅବସ୍ଥା ଖରାପ ହେଲା, ସେ ଡାକ୍ତରୀ ପରୀକ୍ଷା କରାଇଲେ।
ଆଉ ଡାକ୍ତରୀ ରିପୋର୍ଟ ଦେଖିବା ପରେ ଦମ୍ପତିଙ୍କର ହୋସ୍ ଉଡିଯାଇଥିଲା। ଗତ ୨୫ ଏପ୍ରିଲରେ ଡାକ୍ତରୀ ରିପୋର୍ଟ ଆସିଥିଲା ଯେ, ଅରୁଣଙ୍କୁ କ୍ୟାନସର ହୋଇଛି। ଆଉ ସେ ବର୍ତ୍ତମାନ କ୍ୟାନସର ରୋଗର ଶେଷ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଏହି ରିପୋର୍ଟ ଦେଖି ସ୍ୱାମୀ-ସ୍ତ୍ରୀ ଅତ୍ୟନ୍ତ ଚକିତ ହୋଇଯାଇଥିଲେ ଏବଂ ଶେଷରେ ଏପ୍ରିଲ ୨୯ ତାରିଖରେ ଅର୍ଥାତ ରିପୋର୍ଟ ଆସିବାର ୪ ଦିନ ପରେ ଭଡା ଘରେ ଦୁହେଁ ଆତ୍ମହତ୍ୟା କରିଥିଲେ।
ଜାତୀୟ ଗଣମାଧ୍ୟମ ଆଜତକର ରିପୋର୍ଟ ଅନୁଯାୟୀ, ଏହି ଘଟଣାର ତଦନ୍ତ କରୁଥିବା ଏଡିସିପି ରାନଭାଇଜେ କହିଛନ୍ତି ଯେ, ‘ଅନୁସନ୍ଧାନରୁ ଜଣାପଡିଛି ଯେ କିଛି ଦିନ ପୂର୍ବେ ଅରୁଣଙ୍କ ଗଳାରେ ଯନ୍ତ୍ରଣା ହୋଇଥିଲା। ଅନେକ ଦିନ ଅସୁବିଧା ହେବା ପରେ ସେ ଡାକ୍ତରଙ୍କ ନିକଟକୁ ଗଳାର ପରୀକ୍ଷା କରାଇବାକୁ ଯାଇଥିଲେ। ତାଙ୍କ ଉପରେ ଅନେକ ପରୀକ୍ଷା ମଧ୍ୟ କରାଯାଇଥିଲା। ଏପ୍ରିଲ୍ ୨୫ ରେ, ଯେତେବେଳେ ଅରୁଣ ରିପୋର୍ଟ ସହିତ ଘରକୁ ଆସିଥିଲେ, ସେତେବେଳେ ଜଣାପଡିଥିଲା ଯେ ଗଳା କର୍କଟ ଶେଷ ପର୍ଯ୍ୟାୟରେ ଅଛି।
ଏହା ଜାଣିବା ପରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ବହୁତ ଦୁଃଖିତ ହେଲେ। ଅନେକ ପାପ କଥା ତାଙ୍କ ମନକୁ ଆସିବାକୁ ଲାଗିଲା। ଏସବୁ ବିଷୟରେ ଚିନ୍ତା କରି ସେ ଉଦାସୀନ ହୋଇ ଆତ୍ମହତ୍ୟା କରିବାକୁ ସ୍ଥିର କଲେ। ଏହା ପରେ ଏପ୍ରିଲ ୨୯ ଶୁକ୍ରବାର ଦିନ ସ୍ୱାମୀ-ସ୍ତ୍ରୀ ଘରେ ଆତ୍ମହତ୍ୟା କରିଥିଲେ।ଅନ୍ୟପକ୍ଷରେ ପୋଲିସର ସୂଚନାନୁସାରେ, ସେହି ଘରରୁ ଏକ ସୁଇସାଇଟ ନୋଟ ମିଳିଛି ଯେଉଁଥିରେ ଲେଖାଯାଇଛି ଯେ ଗଳା କର୍କଟ ରୋଗରେ ପୀଡିତ ଥିବା କାରଣରୁ ଆମେ ଆତ୍ମହତ୍ୟା କରୁଚୁ।