ସଂସ୍କାର : ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକର ମୂଳ କମ୍ପାନୀ ମେଟା ଏବେ ନିଜର ଡାଟା ପ୍ରାଇଭେସିର ନିୟମରେ ପରିବର୍ତ୍ତନ କରିଛି । ନିଜକୁ ଅଧିକ ସ୍ୱତନ୍ତ୍ରତା ଓ ସୁରକ୍ଷିତ ଅନୁଭବ କରିବା ପ୍ରଥମ ଲକ୍ଷ୍ୟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ମେଟା ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ନୂତନ ଡାଟା ନିୟମ ଅନୁସାରେ କେତେକ ପରିବର୍ତ୍ତନ କରାଯାଇଥିବାବେଳେ ଆଉ କେତେକ ନିୟମରେ ଜମାରୁ ପରିବର୍ତ୍ତନ କରାଯାଇନାହିଁ।
ଲଗାତାର ହେଉଥିବା ନିଜର କିଛି ବ୍ୟକ୍ତିଗତ ଡାଟା ଚୋରି ରୁ ଦୂରେଇ ରହିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଆପଣମାନଙ୍କୁ ନିଜର ବ୍ୟକ୍ତିଗତ ମାମଲାରେ ଆମେମାନେ ଅଧିକ ବିଶ୍ୱାସଯୋଗ୍ୟ ହୋଇପାରିବୁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏଥିପାଇଁ ମେଟା ପ୍ରାଇଭେସି ପଲିସିରେ ପରିବର୍ତ୍ତନ କରାଯାଇଛି ।
ମେଟା ପକ୍ଷରୁ କୁହାଯାଇଛି ଯେ, ୟୁଜର୍ସମାନେ ଜଲଦି ବୁଝିପାରିବା ପାଇଁ ଆମେ ଆମର ପଲିସିକୁ ଅଧିକ ସଷ୍ଟ ଓ ସରଳ ରଖିଛୁ। ମେଟା କେଉଁ ଭଳି ତଥ୍ୟକୁ ଏକାଠି କରୁଛି ତାହା ବିଷୟରେ ଅଧିକ ତଥ୍ୟ ନିଜ ୟୁଜର୍ସମାନଙ୍କୁ ଉପଲବ୍ଧ କରିବ। ମେଟା ନିଜର ସେହି ପାର୍ଟନରଙ୍କ ବିଷୟରେ ମଧ୍ୟ ଅଧିକ ତଥ୍ୟ ଏବେ ୟୁଜର୍ସଙ୍କୁ ଦେବ । ଏହାସହିତ ୟୁଜର୍ସଙ୍କ ତଥ୍ୟ କେଉଁ କମ୍ପାନୀକୁ ଓ କିଭଳି ଶେୟାର କରାଯାଉଛି ସେହି ତଥ୍ୟ ମଧ୍ୟ ମେଟା ଦେବ ବୋଲି କୁହାଯାଇଛି।
କମ୍ପାନୀ କହିଛି ଯେ ମେଟାର ନୂତନ ଗୋପନୀୟତା ନୀତି 26 ଜୁଲାଇ 2022 ରୁ କାର୍ଯ୍ୟକାରୀ ହେବ। ଏହି ପରିପ୍ରେକ୍ଷୀରେ ଉପଭୋକ୍ତାମାନଙ୍କଠାରୁ ମଧ୍ୟ ପରାମର୍ଶ ନିଆଯାଇଛି ଏବଂ ଯଦି ପରିବର୍ତ୍ତନଗୁଡିକ ଗ୍ରହଣ କରାଯାଏ ତେବେ ନୂତନ ନୀତି ମାସ ଶେଷରୁ କାର୍ଯ୍ୟ ଆରମ୍ଭ କରିବ।
ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ମେସେଞ୍ଜରରେ ଉପଭୋକ୍ତାମାନେ ଗ୍ରହଣ କରିଥିବା ସମସ୍ତ ସୂଚନା ଉପରେ ନୂତନ ଗୋପନୀୟତା ନିୟମ ଲାଗୁ ହେବ ବୋଲି ମେଟା କହିଛି। ତେବେ ଏହାର ନିଜସ୍ୱ ଗୋପନୀୟତା ନୀତି ଥିବାରୁ WhatsApp ଏଥିରେ ଅନ୍ତର୍ଭୂକ୍ତ ନୁହେଁ।