ଏଣିକି ହେବ ହ୍ଵାଟ୍ସଆପରେ ବୁକିଂ, ଅନଲାଇନ ପେମେଣ୍ଟ୍, ଉପକୃତ ହେବେ ପ୍ରାୟ ୨୫ କୋଟି ଗ୍ରାହକ : ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍

ଦ୍ୱିତୀୟ ବୃହତ୍ତମ ଜାତୀୟ ତୈଳ ମାର୍କେଟିଂ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (BPCL) ଗ୍ରାହକଙ୍କ ପାଇଁ ନେଇ ଆସିଛି ଏକ ଅଭିନବ ସୁବିଧା । ସାରା ଦେଶରେ ହ୍ଵାଟସ୍ ଆପ୍ ମାଧ୍ୟମରେ LPG ବୁକିଂ ସେବା ଆରମ୍ଭ । ଏହି ସୁବିଧା ଓ ସେବା ଗତ ମଙ୍ଗଳବାର ଅର୍ଥାତ ମଇ ୨୬ ତାରିଖରୁ କାର୍ଯ୍ୟକାରୀ ହୋଇଛି ।

ରୋଷେଇ ଗ୍ୟାସ ସିଲିଣ୍ଡର ବୁକିଂକୁ ସୁଗମ କରିବା ପାଇଁ ଏହା ହ୍ଵାଟସ୍ ଆପ୍ ମାଧ୍ୟମରେ କରିବାର ସୁବିଧା କରାଯାଇଛି ବୋଲି BPCL  କମ୍ପାନୀ ଘୋଷଣା କରିଛି । BPCL ସ୍ମାର୍ଟ ଲାଇନ୍ ନମ୍ବର ୧୮୦୦୨୨୪୩୪୪କୁ ଡାଏଲ କରି ହ୍ଵାଟସ୍ ଆପରେ LPG ଗ୍ୟାସ ବୁକିଂ କରାଯାଇପାରିବ ବୋଲି କମ୍ପାନୀ ସୂଚନା ଦେଇଛି । ଏହା ଗ୍ରାହକଙ୍କ କମ୍ପାନୀରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ କରିହେବ ବୋଲି ସେ କହିଛି ।  

ଏହି ସୁବିଧା ଉନ୍ମୋଚନ କରି କମ୍ପାନୀର ମାର୍କେଟିଂ ନିର୍ଦ୍ଦେଶକ ଅରୁଣ ସିଂହ କହିଛନ୍ତି ଯେ ହ୍ଵାଟସ୍ ଆପ୍ ଆପରୁ LPG ବୁକିଂ କରିବା ସୁବିଧା ସହିତ ଗ୍ରାହକମାନଙ୍କ ପାଇଁ ସହଜ ମଧ୍ୟ ହେବ । ହ୍ଵାଟସ୍ ଆପ୍ ଉଭୟ ଯୁବକ ଏବଂ ବୃଦ୍ଧ ପିଢି ମଧ୍ୟରେ ସମାନ ଭାବରେ ଲୋକପ୍ରିୟ ଯେତେବେଳେ ଭାରତରେ  LPG ର ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୨୫ କୋଟି । ତେଣୁ ଏହି ସୁବିଧା କରି ଗ୍ରାହକଙ୍କ ନିକଟତର ହେବାକୁ ସମର୍ଥ ହେବୁ ବୋଲି କହିଛନ୍ତି କମ୍ପାନୀ ନିର୍ଦ୍ଦେଶକ ଅରୁଣ ।

LPG ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି ଚିଦାମ୍ବରମ କହିଛନ୍ତି ଯେ ହ୍ଵାଟସ୍ ଆପ୍ ଆପରୁ ବୁକିଂ କରିବା ପରେ ଗ୍ରାହକ ନିଶ୍ଚିତକରଣ ବାର୍ତ୍ତା ପାଇବେ ଓ ଏକ ଲିଙ୍କ୍ ଉପଲବ୍ଧ ହେବ ଯଦ୍ୱାରା ରିଫିଲ୍ ପାଇଁ ଅନଲାଇନ୍ ପେମେଣ୍ଟ ବି କରାଯାଇପାରିବ । ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ୟୁପିଆଇ ଏବଂ ଆମାଜନ ପରି ଅନ୍ୟ ପେମେଣ୍ଟ ଆପ୍ ମାଧ୍ୟମରେ ପେମେଣ୍ଟ କରାଯାଇପାରିବ ।

Leave a Reply

Your email address will not be published. Required fields are marked *