ବର୍ତ୍ତମାନ ଗର୍ଭବତୀ ମହିଳାମାନେ କୋଭିଡ ଟୀକା ନେଇ ପାରିବେ କି ? କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କଲା ବଡ଼ ଘୋଷଣା

ଏବେ କୋଭିଡ ରେ ରେଜିଷ୍ଟର ବା ସିଧା ଟୀକା କେନ୍ଦ୍ର କୁ ଯାଇ ନେଇପାରିବେ ଗର୍ଭବତୀ ମହିଳା। ଏନଟିଜିଆଇର ସୁପାରିଶ ଆଧାରରେ ଏହି ପ୍ରସ୍ତାବକୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁମୋଦନ କରିଛି।

କୋଭିଡି ସଂକ୍ରମିତ ହେଲେ ସାଧାରଣ ମହିଳା ଅପେକ୍ଷା ଗର୍ଭବତୀ ମହିଳାଙ୍କ ଠାରେ ଗମ୍ଭୀର ଅସୁସ୍ଥତା ଦେଖାଯାଇପାରେ। ଅକାଳ ସନ୍ତାନ ପ୍ରସବ କିମ୍ବା ନବଜାତ ଶିଶୁର ମୃତ୍ୟୁର ଆଶଙ୍କା ଥାଏ।

ଏହା ଛଡା ଅଧିକ ବୟସରେ ମାତୃତ୍ଵା ଲାଭ ଏବଂ ଶରୀରରେ ଅଧିକ ଓଜନ ରହିଥିଲେ ଗର୍ଭାବସ୍ଥା ସମୟରେ କୋଭିଡି ସଂକ୍ରମଣ ଅତ୍ୟନ୍ତ ଗମ୍ଭୀର ସ୍ତିତିକୁ ଚାଲିଯାଇପାରେ ବୋଲି ବିଶେଷଣଜ୍ଞ ମାନେ ସତର୍କ କରିଦେଇଛନ୍ତି।

ଏଇ ଦୃଷ୍ଟିରୁ ଗର୍ଭବତୀ ମାନଙ୍କୁ ଟୀକା କାରଣ କରିବା ପାଇଁ ଏନଟିଜିଆଇ ସୁପାରିଶ କରିଛି।

Leave a Reply

Your email address will not be published. Required fields are marked *