ପୃଥିବୀ ଧ୍ୱଂସ ହେଲେ କେବଳ ସୁରକ୍ଷିତ ରହିବ ଏହି ସ୍ଥାନ, ପଢ଼ନ୍ତୁ ରିପୋର୍ଟ

ସଂସ୍କାର : ଦୀର୍ଘ ୧ ମାସରୁ ଊର୍ଦ୍ଧ୍ୱ ଧରି ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ତେବେ ଏହି ଯୁଦ୍ଧ ଏବେ ଭୟାବହ ହେବ ବୋଲି ଜଣାପଡ଼ିଛି । ଏହି ଯୁଦ୍ଧରେ ବର୍ତ୍ତମାନ ପରମାଣୁ ଆକ୍ରମଣ ନେଇ ଆଲୋଚନା ହେଉଛି। ଯଦି ଏହି ଆଲୋଚନା ସତ ହୁଏ ତେବେ ପୃଥିବୀର ମାନଚିତ୍ରରୁ ବହୁ ଦେଶର ନାମ ଲିଭିଯିବ । କିନ୍ତୁ ଏହି ଯୁଦ୍ଧରେ ମାତ୍ର ୫ଟି ସ୍ଥାନ ସୁରକ୍ଷିତ ରହିବ । ତେବେ ଆସନ୍ତୁ ଜାଣିବା ଏହି ସ୍ଥାନ ବିଷୟରେ ।

ଦି ସନର ରିପୋର୍ଟ ଅନୁଯାୟୀ ଯଦି କେବେ ପରମାଣୁ ଯୁଦ୍ଧ ହୁଏ ତେବେ ଆଣ୍ଟାକର୍ଟିକା ସୁରକ୍ଷିତ ରହିବ। ଏହାରି ପଛରେ ରହିଛି ଏକ କାରଣ । ଜୁନ୍ ୧୯୬୧ରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଅନୁଯାୟୀ ଏହି ବରଫ ମହାଦେଶରେ ସାମରିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ସେହିପରି କୋଲୋରାଡ଼ୋର ଏକ ପାର୍ବତ୍ୟାଞ୍ଚଳରେ ନିିର୍ମିତ ଏକ କେନ୍ଦ୍ର ସୁରକ୍ଷିତ ରହିବ । ଏହି ପର୍ବତ ଭିତରେ ଗୁମ୍ଫା ତିଆରି କରି ଆମେରିକା ସେନା ନିଜର ପରମାଣୁ ପ୍ରୁଫ ଭିତ୍ତିଭୂମି ନିର୍ମାଣ କରିଛି ।

ସେହିଭଳି ଆଇସଲ୍ୟାଣ୍ଡ ଦେଶ ମଧ୍ୟ ସୁରକ୍ଷିତ ରହିବ । ଏହାର କାରଣ ହେଉଛି ଆଇସଲାଣ୍ଡକୁ କୌଣସି ଦେଶ ଶତ୍ରୁ ଦେଶ ବୋଲି ଭାବନ୍ତି ନାହିଁ । ତେଣୁ ସେଠାରେ ପରମାଣୁ ଆକ୍ରମଣ ସମ୍ଭାବନା କମ ।

ସେହିଭଳି ଗୁଆମ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଛୋଟ ଦ୍ୱୀପ ଦେଶ । ଆଇସଲାଣ୍ଡ ଭଳି ଏହି ଦେଶକୁ ମଧ୍ୟ କୌଣସି ଦେଶ ଶତ୍ରୁ ଭାବନ୍ତି ନାହିଁ । ତେଣୁ ଏହି ସ୍ଥାନ ମଧ୍ୟ ଏକ ସୁରକ୍ଷିତ ହୋଇ ରହିବ ବୋଲି ବିବେଚନା କରାଯାଏ।

Leave a Reply

Your email address will not be published. Required fields are marked *