ସଂସ୍କାର : ବିଶ୍ୱର ୪୦ ରୁ ୫୦ ପ୍ରତିଶତ ଲୋକମାନେ ବର୍ତ୍ତମାନ ମୋଟାପା ର ଶିକାର ହେଉଛନ୍ତି। ଆଉ ଏହି ମୋଟାପଣ ଯୋଗୁଁ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ସେମାନଙ୍କୁ ଗ୍ରାସ କରୁଛି। କିନ୍ତୁ ନିକଟରେ ମୋଟା ଲୋକମାନଙ୍କୁ ନେଇ ଏକ ସର୍ଭେ କରାଯାଇଛି। ଆଉ ଏହି ସର୍ଭେରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, ଯେଉଁ ଲୋକଙ୍କର ଓଜନ ଅଧିକ ରହିଥାଏ ସେମାନଙ୍କର ଶାରୀରିକ କ୍ଷମତା ବା ସେକ୍ସ ଲାଇଫ୍ ଅଧିକ ସୁନ୍ଦର ହୋଇଥାଏ।
ଆଞ୍ଚଲିଆ ରୁସ୍କିନ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ପ୍ରାୟ ୪ ହଜାର ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଛି। ଆଉ ଏହି ସର୍ଭେର ରିପୋର୍ଟ ମୁତାବକ ମୋଟା ଲୋକମାନେ, ପତଳା ଲୋକଙ୍କ ଅପେକ୍ଷା ସମ୍ଭୋଗରେ ଅଧିକ ଲିପ୍ତ ରୁହନ୍ତି। ତେବେ ଏହି ରିପୋର୍ଟରେ ଆହୁରି ବି ଉଲେଖ ରହିଛି ଯେ, କମ ଓଜନ ଥିବା ବ୍ୟକ୍ତିଙ୍କ ପାଖରେ ଆତ୍ମବିଶ୍ବାସର ଅଭାବ ରହିଥିବା ବେଳେ, ମୋଟା ଲୋକଙ୍କ ପାଖରେ ସେକ୍ସକୁ ନେଇ ପ୍ରଚୁର ଆତ୍ମବିଶ୍ବାସ ରହିଥାଏ। ଆଉ ମୋଟା ଲୋକଙ୍କର ସମ୍ଭୋଗ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥାଏ।
ଯେତେବେଳେ କି ପତଳା ଲୋକଙ୍କର ସମ୍ଭୋଗ କାର୍ଯ୍ୟ କମ ସମୟରେ ହିଁ ଶେଷ ହୋଇଯାଏ। ଆଉ ସେମାନେ ନିଜର ବନ୍ଧୁକୁ ସନ୍ତୁଷ୍ଟ କରିପାରନ୍ତି ନାହିଁ। ପତଳା ଲୋକଙ୍କ ତୁଳନାରେ ମୋଟା ଲୋକଙ୍କ ସେକ୍ସ ଲାଇଫ୍ ଅଧିକ ସନ୍ତୋଷଜନକ ବୋଲି ଏହି ରିସର୍ଚ୍ଚରୁ ଜଣାପଡିଛି।