ସଂସ୍କାର: ନିକଟରେ ତମାଖୁ ବିଜ୍ଞାପନ କରିବା ନେଇ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ମନା କରିଦେଇଥିବାବେଳେ ଏହାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ଏନେଇ ଓଲିଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ।
ସେ କହିଛନ୍ତି ଯେ, ଯଦି ତମାଖୁ ଦେହ ପାଇଁ ଏତେ ଖରାପ ସରକାର ଏହାକୁ ବ୍ୟାନ କରୁନାହାନ୍ତି କାହିଁକି? ଆମ କାମ ହେଉଛି ବିଜ୍ଞାପନ କରିବା, ଆମେ କେବଳ ବିଜ୍ଞାପନ ହିଁ କରୁଛୁ । ଆମେ କାହାକୁ ସମର୍ଥନ କରୁନାହୁଁ।ଯଦି ଏହା ସ୍ୱାସ୍ଥ୍ୟ ପକ୍ଷେ ଖରାପ ତେବେ ତେବେ ଏହା ବଜାରରେ ବ୍ୟାନ କରାଯାଉ ଆଉ ଆମେ ଏହାର ବିଜ୍ଞାପନ କରିବୁ ନାହିଁ । ଆମେ ହେଉଚୁ ସେଲିବ୍ରେଟି।
ଦେଖନ୍ତୁ ଭିଡ଼ିଓ ଆଉ କଣ ସବୁ ତମାଖୁ, ମଦ ବିଜ୍ଞାପନ ଉପରେ କହୁଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର: