ପୁଅ ସହ ଭିଡ଼ିଓ କଲରେ କଥା ହେଲେ ବାବୁସାନ, ଦେଖନ୍ତୁ Viral VIDEO…

ସଂସ୍କାର : ବିବାଦ ଭିତରେ ପୁଅ ସହ ଭିଡ଼ିଓ କଲରେ କଥା ହୋଇଛନ୍ତି ଓଲିଉଡ୍ ଅଭିନେତା ବାବୁସାନ୍। ଓଡିଆ ଚଳଚ୍ଚିତ୍ର ଅଭିନେତା ବାବୁଶାନ, ତାଙ୍କ ପତ୍ନୀ ତୃପ୍ତି ଶତପଥୀ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ଲାଗି ରହିଥିବାବେଳେ ନିକଟରେ ବାବୁଶାନ ତାଙ୍କ ପୁଅଙ୍କ ସହ ଦୀର୍ଘ ସମୟ ଧରି ଭିଡିଓ କଲ ମାଧ୍ୟମରେ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା ।

ଖବର ଅନୁଯାୟୀ, ସେ ପତ୍ନୀ ତୃପ୍ତି ଶତପଥୀଙ୍କୁ ଭିଡିଓ କଲ କରିଥିଲେ ଏବଂ ତା’ପରେ ତାଙ୍କ ପୁଅଙ୍କ ସହ ଖୁସିରେ କଥା ହୋଇଥିଲେ। ସୂଚନାଯୋଗ୍ୟ ଯେ ଜୁଲାଇ ୨୩ ଘଟଣା ପରେ ଏହା ପ୍ରଥମ ଥର ପାଇଁ ‘ପ୍ରେମମ’ ଅଭିନେତା ତାଙ୍କ ପୁଅ ଗୋଆନଙ୍କ ସହ କଥା ହୋଇଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ ବାବୁଙ୍କ ପୁଅ, ତୃପ୍ତିଙ୍କ କୋଳରେ ବସିଛି। ଆଉ ବାପା ବାବୁସାନଙ୍କୁ ଫ୍ଲାଇଙ୍ଗ କିସ ଦେଉଛି। ଏହି ଭିଡିଓ ଆସିବା ପରେ ବାବୁଶାନଙ୍କ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ତୃପ୍ତି ଏବଂ ବାବୁଶାନଙ୍କ ମଧ୍ୟରେ ଦୂରତା ଆଉ ନାହିଁ। ଆଶା କରାଯାଇପାରେ ଯେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଭଲ ଦିନ ଆସୁଛି ।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *