ସଂସ୍କାର : ବିଦ୍ୟାଳୟକୁ ସାମ୍ବାଦିକ ଯିବା ନେଇ ସରକାର କଟକଣା ଲଗାଇବା ପରେ ଏବେ ଚାରିଆଡ଼େ ଚତୁର୍ଥସ୍ତମ୍ବର କାର୍ଯ୍ୟସୀମାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିକଟରେ କିଛି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିଭଳି ଭାବରେ ପାଠପଢା ହେଉଛି ସେ ନେଇ କିଛି ଗଣମାଧ୍ୟମରେ ପ୍ରସାରଣ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରୁ ତୀବ୍ର୍ ନିନ୍ଦା କରାଯିବା ସହିତ ଏହି ନିଷ୍ପତ୍ତି ହଟାଇବା ପାଇଁ ଦାବି ହୋଇଥିଲା ।
ତେବେ ରାଜ୍ୟସରକାରଙ୍କର ଏଭଳି ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟାରେ ଏହା ଯୁକ୍ତିଯୁକ୍ତ ନୁହେଁ ବୋଲି ଦର୍ଶାଇଛନ୍ତି । ଗଣମାଧ୍ୟମକୁ ସ୍କୁଲକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ଅନୁୁଚିତ।ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଦ୍ୟାଳୟ ଏକ ସରକାରୀ ଅନୁଷ୍ଠାନ ଅଟେ ।
ଗଣମାଧ୍ୟମ ଶିକ୍ଷାପ୍ରକ୍ରିୟାରେ ବିଶୃଙ୍ଖଳା ସୃଷ୍ଟି କରିବା ଉଚିତ ନୁହେଁ । କିନ୍ତୁ ଅନ୍ୟପଟେ ଗଣମାଧ୍ୟମ ସମାଜର ଚତୁର୍ଥ ସ୍ତମ୍ଭ । ତେଣୁ ଖବର ପ୍ରସାରଣ ତାର କର୍ତ୍ତବ୍ୟ । ସେହିଭଳି ସରକାରଙ୍କ ଏଭଳି ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରିବା ସହିତ ଏହା ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି , ଆଉ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି କହିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ।