ସଂସ୍କାର : ଓଡ଼ିଶା ଲୋକ ସେବା ଆୟୋଗ ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୨-୨୩ ପାଇଁ ବିଜ୍ଞପ୍ତି ପ୍ରକାଶ। ଜାନୁଆରୀ ୨୭ରୁ ଅନଲାଇନ ଯୋଗେ ଆବେଦନ କରିପାରିବେ ଆଶାୟୀ। ଜାନୁଆରୀ ୧୭ରୁ ଫେବୃଆରୀ ୧୬ ପର୍ଯ୍ୟନ୍ତ ଆବେଦନ କରିହେବ।
ଆଜି ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପ୍ରିଲିମ ପରୀକ୍ଷା-୨୦୨୨-୨୩ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୧୭ରୁ ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିପାରିବେ। ଜାନୁଆରୀ ୧୭ରୁ ଆବେଦନ ଆରମ୍ଭ ହେଉଥିବାବେଳେ ଫେବୃଆରୀ ୧୬ ଆବେଦନର ଶେଷ ତାରିଖ ରହିଛି।
ଆଶାୟୀ ପରୀକ୍ଷାର୍ଥୀ http:/opsc.gov.in ଲଗଅନ କରି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଦେଖିପାରିବେ ଏବଂ ଜାନୁଆରୀ ୧୭ରୁ ଏହି ୱେବସାଇଟରେ ଆବେଦନ ଆବେଦନ କରିପାରିବେ ବୋଲି ଓଡ଼ିଶା ଲୋକ ସେବା ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପ୍ରିଲିମ ପରୀକ୍ଷା-୨୦୨୨-୨୩ ପାଇଁ ବିଜ୍ଞପ୍ତିରେ ମୋଟ ୬୮୩ଟି ପଦ ପୂରଣ କରାଯିବ ବୋଲି ଦର୍ଶାଯାଇଛି। ସେଥିମଧ୍ୟରୁ ଓଏଏସ ୨୪୪, ଓସିଏସ ଗ୍ରୁପ ବି-୭, ଓଏଲଏସ ଗ୍ରୁପ ବି-୫୦, ଓଆରଏସ ଗ୍ରୁପ ବି-୨୯୫, ଓଟିଏସ ଗ୍ରୁପ ୨୨, ଓଟି ଆଣ୍ଡଏଏସ ଗ୍ରୁପ ବି-୬୫ ପଦ ରହିଛି ବୋଲି ଉଲ୍ଲେଖ କରାଯାଇଛି।