Black Fungus : କରୋନା ଭୁତାଣୁ ସଂକ୍ରମଣ ର ଦ୍ୱିତୀୟ ତରଙ୍ଗ ପ୍ରଥମ ତରଙ୍ଗ ଅପେକ୍ଷା ଅଧିକ କ୍ଷତି ଘଟାଉଛି। ଦେଶର ଅନେକ ସହରରେ ଚିତ୍ରା ଦିନରାତି ଜଳୁଛି,ଏଭଳି ପରିସ୍ଥିତିରେ ଦୈନିକ କରୋନା ଭାଇରସ୍ ଗ୍ରାଫ୍ ଦିନକୁ ଦିନ ଖସୁଥିବା ବେଳେ କିନ୍ତୁ କିଛି ଦିନ ହେବ ମୃତ୍ୟୁ ହାର ବଢୁଛି, ଏହି ସମୟରେ, ଜାଣିବାକୁ ମିଳିଛି ଯେ ସଂକ୍ରମିତ ରୋଗୀମାନେ ଏକ ନୂତନ ରୋଗର ଶିକାର ହେଉଛନ୍ତି। ଏହି ରୋଗର ନାମ ହେଉଛି ମୁକୋର ମାଇକୋସିସ୍ (Mucormycosis) ବା ବ୍ଲାକ୍ ଫଙ୍ଗସ୍ (Black Fungus)। ଠିକ୍ ସମୟରେ ଚିକିତ୍ସା ଅଭାବରୁ ବଞ୍ଚିତ ହେଲେ ଦୃଷ୍ଟିଶକ୍ତି ହରେଇବା ସହ ରୋଗୀଙ୍କ ଆଖି ହଟାଇବାକୁ ପଡିପାରେ ।
ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିମାନେ ଏହି ରୋଗ ହେବାର ଆଶଙ୍କା ଥାଏ । ତେଣୁ, ‘ବ୍ଲାକ ଫଙ୍ଗସ୍’କୁ କେତେକ ରାଜ୍ୟ ସରକାର ମହାମାରୀ ଘୋଷଣା କରିବାପରେ ଓଡ଼ିଶା ସରକାର ଆଜି ଏହାକୁ ମହାମାରୀ ଭାବେ ଘୋଷଣା କରିଛନ୍ତି। ଏପିଡେମିକ୍ ଡିଜିଜ୍ ଆକ୍ଟ ୧୮୯୭ର ଧାରା-୩ ଅନୁସାରେ ‘ବ୍ଲାକ ଫଙ୍ଗସ୍’କୁ ମହାମାରୀ ଘୋଷଣା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।
ମହାମାରୀ ଘୋଷଣା କରିବା ପରେ କେନ୍ଦ୍ର ସରକାରଙ୍କୁ ଆକ୍ରାନ୍ତଙ୍କ ବିଷୟରେ ସମସ୍ତ ତଥ୍ୟ ଜଣାଇବେ ରାଜ୍ୟ ସରକାର। ରୋଗୀଙ୍କୁ ଆବଶ୍ୟକ ଔଷଧ ଯୋଗାଇ ଦେବା, ଓ ଚିକିତ୍ସା ପାଇଁ ସ୍ୱତନ୍ତ୍ର ପ୍ରୋଟୋକଲ ର ବ୍ୟବସ୍ଥା ସହ ଲୋକଙ୍କ ସଚେତନ କରିବା ନିମନ୍ତେ କମିଟି ସୁପାରିସ୍ କରିଥିବା ଜଣାପଡ଼ିଛି। ବ୍ଲାକ ଫଙ୍ଗସର ଭୟାବହତା ଏବେ ଦିଲ୍ଲୀ, ଉତରା ଖଣ୍ଡ ଓ ଅନ୍ୟ କେତେକ ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସୂଚନା ମିଳିଛି ଏବଂ ଓଡ଼ିଶାର ପ୍ରଥମେ ମେ ୧୦ ତାରିଖରେ ଏହି ରୋଗ ଦେଖାଯାଇଥିବା ସୂଚନା ମିଳିଥିଲା।