ସଂସ୍କାର: ସମଗ୍ର ରାଜ୍ୟରେ ବର୍ତ୍ତମାନ ଗୋଟିଏ ଚର୍ଚ୍ଚା ଧରିଛି। ଆଉ ତାହା ହେଉଛି ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳକୁ ରାଜ୍ୟବାସୀ ଆଉ ରାଜ୍ୟର ଗଣମାଧ୍ୟମ ଏକ ପାଗଳ ବୋଲି କହୁଛନ୍ତି, ଅନ୍ୟପଟେ ମନ୍ତ୍ରୀଙ୍କ ମୃତ୍ୟୁରେ ଖୁସିଥିବା ମିନତୀ ବହିଦାର ଗୋପାଳକୁ ପ୍ରଭୁ ଶ୍ରୀ କୃଷ୍ଣ ବୋଲି କହୁଛନ୍ତି। ନବ ଦାସକୁ ହତ୍ୟା କରିଥିବାରୁ ମିନତୀ, ଗୋପାଳକୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଆଉ ଏବେ ସେ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମିନତୀ ଭିଡିଓରେ ଯାହା କହିଛନ୍ତି ତାହାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି। ମିନତୀ ବହିଦାର ରାଜ୍ୟର ଏକ ଗଣମାଧ୍ୟମକୁ କହିଛନ୍ତି-‘ଆମେ ଜଗନ୍ନାଥ ଭଜନ ଗାଉଛୁ ସେ ବି ଜଗନ୍ନାଥ ଭଜନ ଗାଇବେ। ସେ ଭାବୁଛନ୍ତି ସେ ଜିତିଗଲେ। ଆମକୁ ମଶା କାମୁଡୁଛି ଆମେ ତାକୁ ମାରି ଦେଉଛୁ ଆମେ କଣ ପଶ୍ଚାତାପ କରୁଛୁ କି।ସେମିତି ଗୋପାଳ ଗୋଟେ ଗୁଣ୍ଡାକୁ ମାରି ଓଡିଶା ବଞ୍ଚେଇ ଦେଲେ ସେଥିପାଇଁ ସେ ଭଗବାନଙ୍କୁ ଡାକୁଛନ୍ତି।
ମିନତୀ ଆହୁରି କହିଛନ୍ତି ଗୋପାଳ ଜଣେ ବହୁତ ଭଲ ଲୋକ। ସେସବୁ ଦିଗରୁ ଚାହିଁଲା ଆଉ ଦେଖିଲେ ଏ ଲୋକକୁ ମୁଁ ନ ମାରିଲେ ଓଡିଶା ଭାସି ଯିବ। ଗୋପାଳ ଦାସ ଚୋଦ୍ଵାର ଜେଲରେ ଅଛନ୍ତି ମୁଁ ଯିବି ତାଙ୍କ ପାଖକୁ ଥରେ କଣ ତିନି ଚାରି ଥର ଯିବି। ଆଉ ତାଙ୍କୁ ଦେଖା କରି ଆସିବି। ତାଙ୍କ ପାଇଁ ମୁଁ ଦହି ପଖାଳ, ଶୁଖୁଆ ଭଜା, ମାଛ ଭଜା ସେ ଯାହା ଖାଇବା ନେଇକି ଯିବି’।
ମିନତୀ ଆହୁରି କହିଛନ୍ତି ମୁଁ ଯେତେବେଳେ ଚୌଦ୍ବାର ଜେଲ ଯିବି ଗୋପାଳ ଦାସଙ୍କୁ ଭେଟିବା ପାଇଁ କେତେ ଟାଇମ ସେଇଟା ବୁଝିକି ଆସିବି। ଗୋପାଳ ଦାସକୁ ମୁଁ ସବୁବେଳେ ଦେଖା କରିବି। ଯେବେ ଗୋପାଳ ଦାସ ଜେଲରୁ ମୁକୁଳିବ ମୁଁ ତାଙ୍କୁ ମୋ ଘରକୁ ବନ୍ଦାପଣା କରି ଆଣିବି। ସେ ମୁକୁଳି ଯିବ ତାର କିଛି ନାହିଁ। ସେ ନିରୀହ ଟେ। ସେ ନବକୁ ମାରିଛି ବୋଲି ତାର କିଛି ପ୍ରମାଣ ନାହିଁ।