ସଂସ୍କାର : ଶୀତରେ ଥରୁଛି ସାରା ଓଡିଶା। ସାରା ରାଜ୍ୟରେ ଏବେ ଶୀତର ପ୍ରକୋପ ଜାରି ରହିଛି । ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସହ ଶୀତ ପାଇଁ ସତର୍କ କରାଇଲା ପାଣିପାଗ ବିଭାଗ। ମଙ୍ଗଳବାର ଠାରୁ ତାପମାତ୍ରା କମିବା ସହ ୩ ତାରିଖରୁ ପଶ୍ଚିମା ବାୟୁ ପ୍ରଭାବରେ କୁଆପଥର ଜନିତ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ।
ଉତ୍ତର-ପଶ୍ଚିମରୁ ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଛି । ୧୦ ଡିଗ୍ରୀ ତଳେ ରହିଛି ୧୪ଟି ସହରର ତାପାମାତ୍ରା । ୨ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ଶୀତର ପ୍ରକୋପ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୮ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସୁନ୍ଦରଗଡ଼, ନୂଆପଡା, ଝାରସୁଗୁଡା, କେନ୍ଦୁଝର, ବରଗଡ଼, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେବ । ବିଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ, ଦାରିଙ୍ଗିବାଡ଼ିରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଅନ୍ୟପଟେ ୩ ତାରିଖରୁ ରାଜ୍ୟକୁ ପୁଣି ଫେରୁଛି ବର୍ଷା ।ସୋନପୁର, ସମ୍ବଲପୁର, ମୟୁରଭଞ୍ଜ ଓ ବିଶେଷକରି ପଶ୍ଚିମ ଓଡିଶାରେ ୩ ତାରିଖରୁ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ । ବର୍ଷା ପରେ ପାଗରେ ପରିବର୍ତ୍ତନ ସହ ୨ ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ବଢିବା ନେଇ କହିଛନ୍ତି ପାଣିପାଗ ବିଶେଷଜ୍ଞ।