ଗୋପାଳପୁର ସମୁଦ୍ରରେ ଘଟିଛି ଅଘଟଣ । ମାଛ ମାରିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟି ପଡି ଜଣଙ୍କର ମୃତ୍ୟୁ ହୋଇଛି । ଅଳ୍ପକେ ବଞ୍ଚିଗଲେ ଆଉ ଦୁଇ ଜଣ।
ମୃତକ ଜଣଙ୍କ ହେଲେ ବି. ବୈରାଗୀ । ତାଙ୍କ ବୟସ ୬୩ ବର୍ଷ ହେବ ବୋଲି ଜଣାପଡ଼ିଛି । ଭୋର ୪ଟା ବେଳେ ବି. ବୈରାଗୀ, ଏମ.ବାଲାରାଜୁ, ଓ ଏମ.ସିମୁଡ଼ୁ ମାଛ ମାରିବାକୁ ଯାଉଥିବା ବେଳେ ଏକ ବଡ଼ ଲହଡ଼ିରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।
ବୈରାଗୀ ଗୁରୁତର ହେବାରୁ ତାଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ମୃତକଙ୍କ ପତ୍ନୀ ବି.ଗାରମ୍ମା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।