ଧୀରେ ଧୀରେ କରୋନା ମୁକ୍ତ ହେଉଛି ଓଡ଼ିଶା, ଗତ ୪ ଦିନର ରେକର୍ଡ଼ ସମସ୍ତଙ୍କୁ ଖୁସି କରିଦେବ

କରୋନା ମୁକ୍ତିର ଖୁବ୍ ନିକଟରେ ଓଡ଼ିଶା ରାଜ୍ୟ । କାରଣ ଗତ ୪ ଦିନ ହେବ ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ରେକର୍ଡ଼ ଅନୁଯାୟୀ ୪ ଦିନ ଭିତରେ ୨୮୫ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୨୮ ।

ବର୍ତ୍ତମାନ ସୁଦ୍ଧା ୨୯ଟି ଜିଲ୍ଲାରେ ସମୁଦାୟ ୧୭୨୩ ଜଣ କରୋନା ପଜିଟିଭ ଚିହ୍ନଟ ରୋଗୀ ଚିହ୍ନଟ ହୋଇଥିବାବେଳେ କେବଳ ଆଜିରେ ରାଜ୍ୟରେ ୬୩ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଗତକାଲି ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ୨୭ ତାରିଖରେ ୭୬ ଜଣ ଓ ୨୬ ତାରିଖରେ ୭୯ ଜଣ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅତଏବ ଲଗାତର ୪ ଦିନ ହେବ ରାଜ୍ୟରେ ମୋଟ୍ ୨୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୯୭୭ ଜଣ ଅର୍ଥାତ ୫୬.୭୦ ପ୍ରତିଶତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି ଯାଏଁ ୫୩.୪୩ କରୋନା ରୋଗୀ ସୁସ୍ଥ ହୋଇଥିଲାବେଳେ ଆଜି ରାଜ୍ୟରେ ୯ଟି ଜିଲ୍ଲାରୁ ୯୦ ଜଣ ଆରୋଗ୍ୟ ଲଭି ଘରକୁ ଫେରିଛନ୍ତି । ଜଗତ୍‌ସିଂହପୁରରୁ ୨୩, ଯାଜପୁରରୁ ୨୨, ଭଦ୍ରକରୁ ୨୧, ଗଂଜାମରୁ ୧୫, କଟକରୁ ୩, ଖୋର୍ଦ୍ଧା ଓ ସମ୍ବଲପୁରରୁ ୨-୨ ଜଣ ଓ ବାଲେଶ୍ୱର ଓ ନୟାଗଡ଼ରୁ ଜଣେ । ରେକର୍ଡ଼ ଅନୁଯାୟୀ ଗତକାଲି ୭୫ ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ ୨୭ ତାରିଖରେ ୭୯ ଓ ୨୬ ତାରିଖରେ ୮୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । କ୍ରମାଗତ ୪ ଦିନରେ ୩୨୮ ଜଣ ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *