ତାତିରୁ ମିଳିବ ମୁକ୍ତି, ୨୪ ଘଣ୍ଟା ମଧ୍ୟରେ ପ୍ରାକ୍ ମୌସୁମୀ ବର୍ଷାରେ ଭିଜିବ ସାରା ରାଜ୍ୟ

ସଂସ୍କାର : ଆଉ ୨୪ ଘଣ୍ଟା ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ । ଏହାପୂର୍ବରୁ ଓଡ଼ିଶାରେ ଆରମ୍ଭ ହୋଇଯାଇଛି ପ୍ରାକ୍-ମୌସୁମୀ ବର୍ଷା । ମାଲକାନଗିରି ଜିଲ୍ଲାର ଚିତ୍ର୍ରକୋଣ୍ଡାରେ ପ୍ରଥମେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ରାଜ୍ୟରେ ହେବ। ଧୀରେ ଧୀରେ ଏହା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଛୁଇଁବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ଲାଗି ପାଗ ଅନୁକୂଳ ରହିଥିବାରୁ ଶୁକ୍ରବାର କିମ୍ବା ଶନିବାର ସକାଳ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଭୁବନେଶ୍ୱର ପାଣିପାଗବିଭାଗ ପକ୍ଷରୁ କୁହାଯାଇଛି ।

ମୌସୁମୀ ବାୟୁ ସକ୍ରିୟ ଲାଗି ପାଗ ଅନୁକୂଳ ରହିଥିବାରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ସ୍ପର୍ଶ କରିବ। ପରେ ଅନ୍ୟ ରାଜ୍ୟମାନଙ୍କୁ ଛୁଇଁବ । ତେଣୁ ପ୍ରଥମେ ଶୁକ୍ରବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ସମୟ ମଧ୍ୟରେ ଅନ୍ୟ କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବ ।

ତେବେ ଗତକାଲି ହୋଇଥିବା ପ୍ର୍ରାକ୍ ମୌସୁମୀ ବର୍ଷାରେ ମାଲକାନଗିରିରେ ୬ ସେମି ଲେଖାଏଁ ବର୍ଷା ହୋଇଛି । ବାରିପଦା, ସୋନପୁର, ଢେଙ୍କାନାଳ କଟକ, ବାଲେଶ୍ୱରର ବିଭିନ୍ନ ସ୍ଥାନରେ ୫ ସେମି ଲେଖାଏଁ ବର୍ଷା ହୋଇଛି ବୋଲି ଆକଳନ କରଯାଇଛି।

Leave a Reply

Your email address will not be published. Required fields are marked *