ସଂସ୍କାର : ପାଣିପାଗ ବିଭାଗ ପକ୍ଷରୁ ଆସିଛି ବଡ ଖବର। ପାଣିପାଗ ବିଭାଗର ସୂଚନା ମୁତାବକ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଡିପ୍ରେସନ ସୃଷ୍ଟି ହୋଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପୂର୍ବ ଭୂମଧ୍ୟ ରେଖାରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ରେସନରେ ପରିଣତ ହୋଇଛି। ଗଣମାଧ୍ୟମର ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବ। ଯାହାର ପ୍ରଭାବରେ ଆଜିଠୁ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଯାହା ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ପାଣିପାଗ ବିଭାଗ ଅନୁସାରେ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ଆଣ୍ଡାମାନ ଓ ନିକୋବର ପ୍ରଶାସନ ଆବସକୀୟ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଭାରତୀୟ ତଟରକ୍ଷୀ ବାହିନୀ ମାଛ ଧରାଳିମାନଙ୍କୁ ସତର୍କ କରିଛି ସମୁଦ୍ର ଭିତରକୁ ନ ଯିବା ପାଇଁ। ଅଶାନ୍ତ ସମୁଦ୍ର ଭିତରକୁ ଯିବା ପାଇଁ ସେମାନଙ୍କୁ ମନା ହୋଇଛି। ଏହା ଏକ ସାଇକ୍ଳୋନିକ ଷ୍ଟର୍ମ ହୋଇଯାଇପାରେ । ଏହା କେଉଁ ଦିଗକୁ ଯିବ ତାହା ମଧ୍ୟ ସ୍ପଷ୍ଟ ହୋଇଯାଇଛି । ଏହି ସାଇକ୍ଳୋନିକ ଷ୍ଟର୍ମ ବର୍ମାକୁ ଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସାଇକ୍ଳୋନିକ ଷ୍ଟର୍ମରେ ଯଦି ଏହା ପରିଣତ ହୁଏ ତା ହେଲେ ଏହି ବାତ୍ୟାର ନାମ ‘ଆସାନି’ ରହିବ । ଏହି ବାତ୍ୟାଟି ବର୍ମା ଆଡେ ଅଗ୍ରସର କରିବ । ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦିପ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡିଶା ଉପରେ ଏହାର କିଛି ଡାଇରେକ୍ଟ ପ୍ରଭାବ ପଡିବ ନାହିଁ । ଓଡିଶାର ଉପକୂଳ ବର୍ତ୍ତୀ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସେ କହିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ତେବେ ଗତ କାଲି ଠାରୁ କେରଳ ଓ ଆନ୍ଧ୍ର ପ୍ରଦେଶରେ ବର୍ଷା ଆରମ୍ଭ ହୋଇଯାଇଛି ଏବଂ ଓଡିଶାରେ ଏହାର ପ୍ରଭାବ ଆଜିଠାରୁ ଦେଖାଦେବ।