ଗରିବ ମୁକ୍ତ ରାଜ୍ୟ ହେବ ଓଡ଼ିଶା ; ତୃଣମୂଳ ସ୍ତରରେ ଆରମ୍ଭ ହେଲା ସର୍ଭେ, ପଢ଼ନ୍ତୁ ରିପୋର୍ଟ

ସଂସ୍କାର : ବହୁ ବର୍ଷ ଧରି ଆମ ରାଜ୍ୟ ଓଡ଼ିଶାକୁ ଏକ ଗରିବଙ୍କ ରାଜ୍ୟ ରୂପେ ତୁଳନା କରାଯାଉଛି। ଅନେକ ବୁଦ୍ଧିଜୀବୀ ବି ଏହି କଥାରେ ସହମତି ଦେଇଛନ୍ତି। ତେବେ, ପୂର୍ବରୁ ଆମ ରାଜ୍ୟର ନବୀନ ସରକାର ଏଥିନେଇ ଅନେକ ଉନ୍ନତିମୂଳକ ପଦକ୍ଷେପ ହାତକୁ ନେଇଥିବା ବେଳେ ବର୍ତ୍ତମାନ ରାଜ୍ୟର ଗରିବୀ ପ୍ରତିଶତ ହ୍ରାସ କରିବା ପାଇଁ ଆଉ ଏକ ଯୋଜନା ପ୍ରସ୍ତୁତ ହେଉଥିବା ଜଣାପଡିଛି। ଏଥିନେଇ ଯୋଜନା ଓ ସଂଯୋଜନା ବିଭାଗର ଏଜେନ୍ସି ମାନବ ବିକାଶ ନିରୀକ୍ଷଣ ସଂସ୍ଥା ପକ୍ଷରୁ ସର୍ଭେ ଆରମ୍ଭ କରାଯାଇଛି।

ରାଜ୍ୟ ଗଣମାଧ୍ୟମର ସୂଚନା ଅନୁଯାଇ ରାଜ୍ୟରେ ଥିବା ପ୍ରତିଟି ପଞ୍ଚାୟତ ଏବଂ ଗ୍ରାମରେ ଗରିବୀ ପ୍ରତିଶତ ହ୍ରାସ କରିବା ପାଇଁ ସର୍ଭେ କରାଯିବ। ଲୋକଙ୍କ ମତକୁ ନେଇ ରିପୋର୍ଟ ମଧ୍ୟ ପ୍ରସ୍ତୁତ ହେବ। ଖାସ୍ କରି ହିତାଧିକାରୀମାନଙ୍କ ପାଖରେ ରାଜ୍ୟ ଆଉ କେନ୍ଦ୍ର ସରକାରଙ୍କ ଯୋଜନା ପହଞ୍ଚିଛି କି ନାହିଁ? ଗରିବ କଲ୍ୟାଣ ଯୋଜନା ଗରିବଙ୍କ କେତେ ହିତରେ ଲାଗୁଛି? ଏହି ସବୁର ସଠିକ ଆକଳନ କରାଯିବ। ଆଉ ଏକ ରିପୋର୍ଟ ପ୍ରସ୍ତୁତ ହେବ।

ପ୍ରଥମ ପର୍ଯ୍ୟାୟରେ ୨୦୨୩ ମସିହା ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟରେ ଥିବା ୪ ହଜାର ୫୬ ଗ୍ରାମ ପଞ୍ଚାୟତରେ ସର୍ଭେ ଆରମ୍ଭ କରାଯିବ। ସେହିପରି ବାକି ୬ ହଜାର ୭୯୪ ପଞ୍ଚାୟତର ସର୍ଭେ କାର୍ଯ୍ୟ ଆସନ୍ତା ବର୍ଷ ଗାନ୍ଧୀ ଜୟନ୍ତୀ ସୁଦ୍ଧା ସମାପ୍ତ କରିବାକୁ ସରକାର ଯୋଜନା କରିଛନ୍ତି ରାଜ୍ୟ ସରକାର। କିନ୍ତୁ ଅନ୍ୟପକ୍ଷରେ ଆସୁଥିବା ନିର୍ବାଚନ ପାଇଁ ସରକାରଙ୍କର ଏହା ଏକ ପ୍ରହେଳିକା ବୋଲି କହି ବିରୋଧୀ ମାନେ ଏହାକୁ ସମାଲୋଚନା କରିଛନ୍ତି। ତେବେ ନବୀନ ସରକାରଙ୍କ ଏହି ସର୍ଭେ କେତେ ପରିମାଣରେ ରାଜ୍ୟରୁ ଗରିବ ମୁକ୍ତ କରିବାରେ ସାହାଯ୍ୟ କରୁଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *