ସଂସ୍କାର : ଓଡ଼ିଶା ଟେଲି ଜଗତରେ ଶୋକର ଛାୟା। ଆତ୍ମହତ୍ୟା କରିଛନ୍ତି ଜଣାଶୁଣା ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା। ସେ ଓଡ଼ିଆର ବହୁତ ଲୋକପ୍ରିୟ ସିରିଏଲରେ ଅଭିନୟ କରିଛନ୍ତି। ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତ ଦେହ ତାଙ୍କ ଭୁବନେଶ୍ଵରସ୍ଥିତ ଭଡ଼ାଘରୁ ପୋଲିସ୍ ଜବତ କରିଛି।
ରାଜ୍ୟଗଣମାଧ୍ୟମର ସୂଚନା ଅନୁଯାୟୀ, ଭୁବନେଶ୍ଵର ନୟାପଲ୍ଲୀ ଗଡ଼ସାହି ଭଡ଼ାଘରେ ରହୁଥିଲେ ଅଭିନେତ୍ରୀ ରଶ୍ମିରେଖା। ତେବେ ଆଜି ଅର୍ଥାତ ସୋମବାର ଦିନ ସକାଳୁ ସକାଳୁ ରଶ୍ମିରେଖାଙ୍କୁ ଝୁଲନ୍ତା ଅବସ୍ଥାରେ ଘର ମାଲିକ ଦେଖିଥିଲେ ଘର ମାଲିକ। ସେ ହଠାତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ସଂଗେ ସଂଗେ ପୋଲିସକୁ ଖବର ଦେଇଥିଲେ।
ତେବେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ରଶ୍ମିରେଖାଙ୍କ ଶବ ଉଦ୍ଧାର କରିବା ସହ ଘଟଣାସ୍ଥଳରୁ ଗୋଟିଏ ସୁସାଇଡ ନୋଟ ମଧ୍ୟ ଜବତ କରିଥିଲା। ଆତ୍ମହତ୍ୟା କରିବା ପୂର୍ବରୁ ସୁସାଇଡ ନୋଟରେ ରଶ୍ମିରେଖା ନିଜ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନଥିବା ପୋଲିସ୍ ଗଣମାଧ୍ୟମକୁ ସୂଚନା ଦେଇଛି।
ମିଳିଥିବା ସୂଚନା ଅନୁସାରେ ରଶ୍ମିରେଖା କିଛି ମାସ ହେଲା ନିଜର ପୁରୁଷ ବନ୍ଧୁଙ୍କ ସହ ଭୁବନେଶ୍ୱର ଗଡ଼ସାହି ସ୍ଥିତ ଭଡ଼ାଘରେ ରହିଆସୁଥିଲେ। ବେଶ୍ ଖୁସିରେ ସେମାନଙ୍କ ଜୀବନ ଚାଲିଥିବା ଘର ମାଲିକ କହିଛନ୍ତି। କିଛି ଦିନ ହେଲା ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ବାହାରକୁ ଯାଇଥିଲେ। ହଠାତ ଆଜି ରଶ୍ମିରେଖା ଆତ୍ମହତ୍ୟା କରିବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ରଶ୍ମିରେଖାଙ୍କ ଆତ୍ମହତ୍ୟା ପଛରେ ରହିଥିବା କାରଣ ଖୋଜିବାକୁ ପୋଲିସ୍ ଚେଷ୍ଟା କରୁଛି। ମାନସିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୋଲିସ୍ ତୁରନ୍ତ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରିପାରେ ବୋଲି ଜଣାପଡ଼ିଛି।