ସ୍ୱାମୀ ଇଚ୍ଛା ମୁତାବକ ବ୍ଲାଉଜ ନ ଦେବାରୁ ସୁଇସାଇଟ୍ କଲେ ସ୍ତ୍ରୀ.. ପୁରା ଘଟଣା ଜାଣି ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ…

ସଂସ୍କାର : ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ସ୍ନେହପୂର୍ଣ୍ଣ ଅଟେ। ବେଳେବେଳେ ଭୁଲ ବୁଝାମଣା ହେତୁ ଏହି ପବିତ୍ର ସମ୍ପର୍କରେ କଳଙ୍କ ଲାଗିଯାଇଥାଏ। ଛୋଟ ଛୋଟ ଜିନିଷକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗିଥାଏ। ତେବେ ଯଦି ଆପଣ ବୁଦ୍ଧିମାନ ଭାବରେ କାର୍ଯ୍ୟ କରନ୍ତି, ତେବେ ଏହି ସମ୍ପର୍କରେ ମଧୁରତା ସର୍ବଦା ବଜାୟ ରହିପାରିବ। ତେବେ ହାଇଦ୍ରାବାଦରୁ ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣଙ୍କର ପାଦ ତଳୁ ମାଟି ଖସିଯିବ।

ହାଇଦ୍ରାବାଦରେ ଜଣେ ପତ୍ନୀ ନିଜ ପସନ୍ଦର ବ୍ଲାଉଜ ନ ମିଳିବା ଯୋଗୁଁ ସ୍ୱାମୀଙ୍କ ଉପରେ ରାଗିଯାଇ ନିଜେ ଆତ୍ମହତ୍ୟା କରିଛନ୍ତି। ଆଉ ଏହି ଖବର ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ତେବେ ଘଟଣାକ୍ରମ ଏହା ଯେ, ମହିଳାଙ୍କ ସ୍ୱାମୀ ସିଲେଇ କାମ କରନ୍ତି। ମହିଳା ଜଣକ ନିଜ ସ୍ୱାମୀଙ୍କୁ ସିଲେଇ କରିବା ପାଇଁ ନିଜ ପସନ୍ଦର ବ୍ଲାଉଜ୍ ଦେଇଥିଲେ, କିନ୍ତୁ ସ୍ୱାମୀଙ୍କ ପାଇଁ ଅତ୍ୟଧିକ କାମ ପଡିଥିବା ଯୋଗୁଁ ସେ ଠିକ୍ ସମୟରେ ନିଜ ପତ୍ନୀଙ୍କ ବ୍ଲାଉଜ୍ ସିଲେଇ କରିପାରିନଥିଲେ। ଏହା ପରେ ମହିଳା ଜଣକ ଏତେ ରାଗିଗଲେ ଯେ ଶେଷରେ ସେ ଆତ୍ମହତ୍ୟା କରିଦେଲେ।

ଶନିବାର ଦିନ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ସିଲେଇ କରିବା ପାଇଁ ବ୍ଲାଉଜ ଦେଇଥିଲେ, କିନ୍ତୁ ସ୍ୱାମୀ ଏହାକୁ ସିଲେଇ କରିପାରିନଥିଲେ। ସ୍ତ୍ରୀ ଦେଇଥିବା ବ୍ଲାଉଜକୁ ରଖି ସ୍ୱାମୀ ତାଙ୍କ ପାଇଁ ଆଉ ଏକ ବ୍ଲାଉଜ୍ ସିଲେଇ କରିଥିଲେ, ଯାହାକୁ କି ସ୍ତ୍ରୀ ପସନ୍ଦ କରୁନଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କରେ ସ୍ତ୍ରୀ ଜଣଙ୍କ ନିଜ ସ୍ୱାମୀଙ୍କୁ ତାଙ୍କ ପସନ୍ଦର ବ୍ଲାଉଜକୁ ପୁନର୍ବାର ସିଲେଇ କରିବାକୁ କହିଥିଲେ, କିନ୍ତୁ ସ୍ୱାମୀ ମନା କରିଦେଇଥିଲେ। ତେଣୁ ଦୁହିଙ୍କ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। ଆଉ ଏହି ସାମାନ୍ୟ କଥା ବର୍ତ୍ତମାନ କରାଳ ରୂପ ନେଇଛି। ସ୍ତ୍ରୀ ଜଣକ ଆତ୍ମହତ୍ୟା କରିବା ପରେ ପୋଲିସ୍ ଘଟଣା ସ୍ଥଳକୁ ଆସି ଅଧିକ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *