ସଂସ୍କାର :- ଆପଣମାନେ “ଓଲା” କମ୍ପାନୀ ବିଷୟରେ ତ ନିଶ୍ଚୟ ଶୁଣିଥିବେ। ସର୍ବୋତ୍ତମ ଭଡା ପାଇଁ ଓଲା କ୍ୟାବ୍ ଆପଣଙ୍କ ଅବସ୍ଥାନ ନିକଟରେ କ୍ୟାବ ବୁକ୍ କରିବାକୁ ଅଫର୍ କରେ | ସର୍ବନିମ୍ନ ଭଡାରେ ଏହି କମ୍ପାନୀ ସେବା ପ୍ରଦାନ କରିଥାଏ। ତେବେ ବର୍ତ୍ତମାନ ଓଲା ନିଜର ଇଲେକ୍ଟ୍ରିକ ସ୍କୁଟରର ବଜାର ପ୍ରବେଶ କରିବା ପାଇଁ ଅଣ୍ଟା ଭିଡ଼ିଛି। ଅତିଶୀଘ୍ର କମ୍ପାନୀ ନିଜର ଲୋକଷ୍ଟ ଇଲେକ୍ଟ୍ରିକ ସ୍କୁଟରର ଭାରତରେ ଲଞ୍ଚ କରିବ। ଏହାର ବୁକିଂ ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇସାରିଛି। ତେବେ ଓଲା ସ୍କୁଟର ବୁକ୍ କରିବା ପାଇଁ ଆପଣଙ୍କୁ ୪୯୯ ଟଙ୍କା ଦେବାକୁ ହେବ। ୪୯୯ ଟଙ୍କା ହେଇଥିବାରୁ ଏ ବିଷୟରେ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଉଛି। ଫଳରେ ପ୍ରଥମ କିଛି ଦିନ ମଧ୍ୟରେ ଓଲାର ଏକ ଲକ୍ଷରୁ ଅଧିକ ସ୍କୁଟର ବୁକ୍ ହୋଇସାରିଲାଣି। ଯାହାକି ବିଶ୍ୱର ସର୍ବୋଚ୍ଚ ପ୍ରି-ବୁକିଂ ରେକର୍ଡ |
ବର୍ତ୍ତମାନ ସୁଦ୍ଧା କମ୍ପାନୀ ସ୍କୁଟରର ଲଞ୍ଚ ତାରିଖ ଏବଂ ମୂଲ୍ୟ ଧାର୍ଯ୍ୟ କରିନାହିଁ। କିନ୍ତୁ ନୂତନ ଜ୍ଞାନ କୌଶଳ ଦ୍ୱାରା ଏହି ସ୍କୁଟର ବଜାରକୁ ଆସିବ ବୋଲି ଶୁଣାଯାଉଛି | ବିଶେଷ କଥା ହେଉଛି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସବସିଡି ବୈଦ୍ୟୁତିକ ସ୍କୁଟରର ମୂଲ୍ୟ ୪୨-୫୭ ପ୍ରତିଶତ ହ୍ରାସ କରିପାରିବେ।
ଏହା ସହିତ ୪୦୦ଟି ସହରରେ ୧ ଲକ୍ଷରୁ ଅଧିକ ସ୍ଥାନରେ ଏହି ଇଲେକ୍ଟ୍ରିକ୍ ସ୍କୁଟର ପାଇଁ ଓଲା କମ୍ପାନୀ ହାଇପରଚାର୍ଜ ସ୍ଥାପନ କରିବାକୁ ଘୋଷଣା କରିଛି | ଏଥିରେ ଓଲା ଇଲେକ୍ଟ୍ରିକ୍ ସ୍କୁଟରର ଗ୍ରାହକ ଚାର୍ଜିଂ କରିବାରେ କୌଣସି ଅସୁବିଧା ହେବ ନାହିଁ | ତେବେ କେଉଁ ସହରରେ ଚାର୍ଜିଂ ପଏଣ୍ଟ ଅବସ୍ଥିତ, ଏହି ସୂଚନା କମ୍ପାନୀର ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ ହେବ।
ଓଲା ଇଲେକ୍ଟ୍ରିକ୍ ସ୍କୁଟରର ବୈଶିଷ୍ଟ୍ୟ :-
୧) ଏହି ସ୍କୁଟର ଥରେ ଚାର୍ଜ ହେଲେ ୧୫୦ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ିବ। ଏହାର ସର୍ବୋଚ୍ଚ ସ୍ପିଡ୍ ରହିବ ୯୦। ଅର୍ଥାତ୍ ଘଣ୍ଟାପ୍ରତି ବେଗ ଏହି ସ୍କୁଟରର ରହିବ ୯୦ କିଲୋମିଟର। ତେବେ ଏହି ଗାଡି କିଣିଥିବା ଗ୍ରାହକମାନେ ଏହି ସ୍କୁଟରକୁ ନିୟମିତ କାନ୍ଥ ସକେଟରୁ ଚାର୍ଜ କରିବାକୁ ସକ୍ଷମ ହେବେ।
୨) ବୁଟ ସ୍ପେସରେ ଦୁଇଟି ହେଲମେଟ ରହିବା ଭଳି ସ୍ଥାନ ରହିଛି। ସାଧାରଣତଃ ଅନେକ ସ୍କୁଟରର ବୁଟ ସ୍ପେସରେ ଗୋଟିଏ ହେଲମେଟ ରହିବା ଭଳି ସ୍ଥାନ ରହିଥାଏ, କିନ୍ତୁ ଓଲାର ଏହି ଇଲେକ୍ଟ୍ରିକ୍ ସ୍କୁଟରରେ ଦୁଇଟି ହେଲମେଟ ରହିବ।
୩) ଏହି ସ୍କୁଟରରେ ଫାଷ୍ଟ ଚାର୍ଜରର ସୁବିଧା ରହିଛି। ଏହା ଦ୍ୱାରା ସ୍କୁଟର ଚାଳକ ୧୮ ମିନିଟ ମଧ୍ୟରେ ସ୍କୁଟରକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରିପାରିବେ ବୋଲି କମ୍ପାନୀ ଦାବି କରିଛି। ଏହା ସହିତ, ଏହି ବୈଦ୍ୟୁତିକ ସ୍କୁଟରରେ ସ୍ମାର୍ଟଫୋନ୍ ସଂଯୋଗର ସୁବିଧା ମଧ୍ୟ ରହିଛି।
ତେବେ ଏହି ସ୍କୁଟର ୧୦ଟି ରଙ୍ଗରେ ବଜାରରେ ଉପଲବ୍ଧ ହେବ | ଏଥିରେ କଳା, ଧଳା, ନୀଳ, ନାଲି ଏବଂ ଗୋଲାପୀ ପରି ରଙ୍ଗ ଅନ୍ତର୍ଭୁକ୍ତ |