ଓଲିଉଡର ଖଳନାୟକ ରାଇମୋହନ ପରିଡ଼ା କଲେ ଆତ୍ମହତ୍ୟା , ଝୁଲନ୍ତା ଅବସ୍ଥାରେ ମିଳିଲା ତାଙ୍କ ମୃତ ଦେହ

ସଂସ୍କାର :ଓଲିଉଡର ଖଳନାୟକ ରାଇମୋହନ ପରିଡ଼ା ଆଉ ନାହାନ୍ତି । ନିଜ ଘରେ ଆତ୍ମହତ୍ୟା କରିଛନ୍ତି ରାଇମୋହନ। ଏଭଳି ଏକ ଖବର ଏବେ ସିନେମା ଓ ଯାତ୍ରା ଜଗତକୁ ସ୍ତବ୍ଧ କରିଦେଇଛି । ଜଣେ ଲୋକପ୍ରିୟ ଖଳନାୟକ ଭାବେ ସେ ଦର୍ଶକଙ୍କ ଭଲପାଇବା ସାଉଁଟି ପାରିଥିଲେ । ସିନେମାରେ ଖଳନାୟକ ଭାବେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ପରେ ଯାତ୍ରା ଦୁନିଆରେ ପ୍ରବେଶ କରିଥିଲେ । ବହୁ ବଡ଼ ବଡ଼ ଯାତ୍ରା ପାର୍ଟିରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ ।

ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଟ ହୋଇନାହିଁ । ଆଜି ମଧ୍ୟାହ୍ନରେ ପ୍ରାଚୀ ବିହାର ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ମଂଚେଶ୍ୱର ଥାନା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ରାଇମୋହନଙ୍କ ଆତ୍ମହତ୍ୟା ତାଙ୍କର ହଜାର ହଜାର ଫ୍ୟାନଙ୍କୁ ମର୍ମାହତ କରିଦେଇଛି ।

ଅନ୍ୟପଟେ ରାଇମୋହନ ମାନସିକ ଦୁଶ୍ଚିନ୍ତାରେ ଥିଲେ ବୋଲି ଜଣାପଡିଛି । ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତ ପ୍ରଶଂସକ ସ୍ତବ୍ଧ ହୋଇଛନ୍ତି । ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଫିଲ୍ମ, ସିରିଏଲ, ଡ୍ରାମା, ମେଗା ସିରିଏଲ ଆଦିରେ ଅଭିନୟ କରି ଆଜି ଏକ ଭିନ୍ନ ଛାପ ଛାଡ଼ିଛନ୍ତି ସେ।

Leave a Reply

Your email address will not be published. Required fields are marked *