ସଂସ୍କାର: ବର୍ତ୍ତମାନ ବିବାହ ଋତୁ ଚାଲିଛି। କ୍ରିକେଟର୍ ଠୁ ଆରମ୍ଭ କରି ବଲିଉଡ ଷ୍ଟାର୍ ପର୍ଯ୍ୟନ୍ତ ସମସ୍ତେ ବିବାହ କରିବାରେ ଲାଗିଛନ୍ତି। ତେବେ ଏଥିରୁ ବାଦ୍ ପଡିନି ଆମ ଓଲିଉଡ ଜଗତ ବି। ବର୍ତ୍ତମାନ ଓଲିଉଡର ହିରୋଇନ୍ ଲିପ୍ସା ମିଶ୍ର ବିବାହ କରିଛନ୍ତି। ଲିପ୍ସା ମିଶ୍ର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି। ସେ ତାଙ୍କର ଅଭିନୟ ବଳରେ ସାରା ଓଡ଼ିଶାବାସୀଙ୍କ ଠାରୁ ବହୁତ ଭଲପାଇବା ପାଇଛନ୍ତି। ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିତିଛନ୍ତି। ଲିପ୍ସା ତାଙ୍କ ଜବରଦସ୍ତ ଆକ୍ଟିଂ ମାଧ୍ୟମରେ ସମସ୍ତଙ୍କର ପ୍ରିୟ ହୋଇଛନ୍ତି। ସେ ଅନେକ ସିରିଏଲ ଏବଂ ଫିଲ୍ମରେ କାମ କରିଛନ୍ତି।

ନିକଟରେ ଲିପ୍ସା ମିଶ୍ରଙ୍କର ନିର୍ବନ୍ଧ ସରିଥିଲା। ଆଉ ବର୍ତ୍ତମାନ ସେ ବିବାହ କରିଛନ୍ତି। ତେବେ ବର୍ତ୍ତମାନ ଏକ ଭିଡ଼ିଓ ତାଙ୍କର ଭାଇରାଲ୍ ହେଉଛି। ଯେଉଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହା ତାଙ୍କର ହଳଦୀ ସେରିମନୀର ବୋଲି ଜଣାପଡିଛି। ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ହଳଦୀ ସେରେମୋନିରେ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି।ସେ ତାଙ୍କ ହଳଦୀରେ ପରୀ ଭଳି ଦେଖା ଯାଉଛନ୍ତି। ଆଉ ଏହି ହଳଦୀ ସେରେମୋନିରେ ଅନେକ ଓଲିଉଡ ଅଭିନେତା ଆଉ ଅଭିନେତ୍ରୀ ଯୋଗ ଦେଇଛନ୍ତି।ଏହି ଭିଡିଓ ଏବେ ଭାଇରାଲ ହେଉଛି।

ତେବେ ନିଜର ଚୁଲବୁଲି ଅନ୍ଦାଜର ଅଭିନୟରେ ଲୋକଙ୍କ ମନ ଜିତିଥିବା ଅଭିନେତ୍ରୀ ଲିପ୍ସା ଶେଷରେ ବଧୂ ସାଜିଛନ୍ତି। ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କୁ ଜୀବନସାଥି କରିଛନ୍ତି ଲିପ୍ସା। ସୋମବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଅଭିନେତ୍ରୀଙ୍କ ବିବାହ ଉତ୍ସବରେ ବହୁ ଓଲିଉଡ଼ ଅଭିନେତା ଓ ଅଭିନେତ୍ରୀଙ୍କ ସମେତ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇଥିଲେ।