ଭୁବନେଶ୍ୱର: ବଙ୍ଗୀୟ ଅଭିନେତ୍ରୀ କୋଏଲ ବାନାର୍ଜିଙ୍କ ପଶ୍ଚିମବଙ୍ଗର ହୋଇଥିଲେ ମଧ୍ୟ ସେ ଓଲିଉଡରେ ବେଶ ଭଲ ନାଁ କରି ଥିଲେ । ଏବଂ ସମୟକ୍ରମେ ବବି ମିଶ୍ରଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା। ଶେଷରେ ଦୁହେଁ 2013 ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।
କିନ୍ତୁ ଅଜଣା ଏହି ଖବର ସମସ୍ତଙ୍କୁ ଚକିତ କରିଛି କାରଣ କିଛି ଦିନ ହେବ ଦୁହେଁ ପରସ୍ପରଠୁ ଅଲଗା ରହି ଆସୁଥିଲେ, ହଁ ଏହା ନିଜେ ଅଭିନେତ୍ରୀ କୋଏଲ ବାନାର୍ଜି ବୈବାହିକ ଜୀବନ କୁ ନେଇ ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ଏକ ପୋଷ୍ଟ ମଧ୍ୟ ଲେଖି ଛନ୍ତି।
ସେହି ପୋଷ୍ଟ ରେ ସେ ଲେଖି ଛନ୍ତି ଯେ 2018 ରେ ପରସ୍ପରଠୁ ଅଲଗା ହୋଇ ରହି ଆସୁଛୁ କାହିଁକି ନା ମୁଁ ଏକ ବଙ୍ଗଳା ସିରିଏଲ୍ କରି ଥିଲି ଏବଂ ବୋହୁ ଆମର NRI କରିବା ପାଇଁ ମଝିରେ 3 ମାସ ଓଡ଼ିଶାରେ ଥିଲି ସେହି ସମୟରେ ମଧ୍ୟ ଆମେ ଅଲଗା ରହିଥିଲୁ, ଏବଂ ଗତ ବର୍ଷ ଲକଡାଉନ ପୂର୍ବରୁ ମୁ ସ୍ଥାୟୀ ଭାବରେ କୋଲକାତା କୁ ଫେରି ଆସିଥିଲି ,କିଛି ବ୍ୟକ୍ତିଗତ କାରଣ ଯୋଗୁଁ ବୋହୁ ଆମର NRI ଛାଡିବାକୁ ପଡିଥିଲା।
ଏବଂ ସେ ଏହା ମଧ୍ୟ ଲେଖିଛନ୍ତି ଯେ ଓଡ଼ିଆ ଲୋକମାନେ ବହୁତ ଭା ପାଇବା ଦେଇଛନ୍ତି ଏବଂ ମୁ ବହୁତ କିଛି ପାଇଛି, ତେଣୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଏହା ବିଷୟରେ ଜଣେଇବା କର୍ତ୍ତବ୍ୟ ମନେ କଲି। ଏବେ ମୋର ରାସ୍ତା ଅଲଗା ଏବଂ ମୁ ଆଶା କରୁଛି ଆଗକୁ ଶାନ୍ତିପୂର୍ଣ ଜୀବନ ଜାପାନ କରିବି।
ବୋଧ ହୁଏ ଏହି ଖବର ଓଲିଉଡ ଜଗତ ପାଇଁ ନୂଆ ନୁହେଁ କିନ୍ତୁ ଦୁହେଁ ଅଭିନେତା ଓ ଅଭିନେତ୍ରୀ ଅଲଗା ହେବା କଥା ଖୋଲାଖୋଲି ଭାବେ ଆଲୋଚନା କରିନାହାଁନ୍ତି । ଯାହା ଚଳଚ୍ଚିତ୍ର ପ୍ରେମୀଙ୍କୁ ଏହି ଖବର ଚକିତ କରିଛି ।