ଭଉଣୀ ସରସ୍ଵତୀଙ୍କ ବିରୋଧରେ ଦୌଡ଼-ରାଣୀ ଦୂତୀ ଆଣିଲେ ସଙ୍ଗୀନ୍ ଅଭିଯୋଗ : କହିଲେ … ପଢନ୍ତୁ ପୁରା ରିପୋର୍ଟ

ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚା ସହିତ ଦୁଇ ଆଥଲେଟ ଭଉଣୀ ଭିତରେ ଘନେଇ ଥିଲା ତିକ୍ତତା । ତେବେ ଗତକାଲି  ନିଜ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଦୂତୀ ଆଜି ପୁଣି ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅଭିଯୋଗରେ ଦୂତୀ କହିଛନ୍ତି ଯେ ମୋ ବଡ଼ ଭାଇ ପ୍ରେମ ବିବାହ କରିଥିବାରୁ ଭଉଣୀଙ୍କ ବିରୋଧରେ ଶିକାର ହୋଇଛନ୍ତି । ସୋସିଆଲ ମିଡ଼ିଆରେ ପୁରା କାହାଣୀ ଲେଖି ନିଜ କ୍ଷୋଭ ପ୍ରକାଶ କରିଛନ୍ତି ଦୂତୀ ।

https://www.facebook.com/dutee.chand.3/posts/1045931745804168

ସୋସିଆଲ ମିଡ଼ିଆ ଫେସବୁକରେ ଏକ ପୋଷ୍ଟ କରିଛନ୍ତି ଦୂତୀ ଓ ଲେଖିଛନ୍ତି ଏ ଯୋଉ ଫଟୋ ଦେଖୁଛନ୍ତି, ସେ ହେଉଛନ୍ତି ମୋ ନିଜ ରକ୍ତର ବଡ଼ ଭାଇ ରବିନ୍ଦ୍ର ଚାଦ୍ । ୨୦୦୯ ମସିହାରେ ସେ ପ୍ରେମ ବିବାହ କରିଥିବାରୁ ମୋ ବଡ଼ ଦିଦି ସରସ୍ଵତୀ ଚାନ୍ଦ ତାଙ୍କୁ ଘରେ ପୂରାଇ ଦେଲେନି ଏବଂ ମାଡ଼ ଗାଳି ଦେଇ ଘରୁ ବିଦା କରିଦେଲେ । ମୋ ମାଆ ଚାହିଁବି ଭାଇ ଭାଉଜଙ୍କୁ ଘରେ ରଖିପାରିଲା ନାହିଁ ଯେହେତୁ ବଡ଼ ଦିଦି ଧମକ ଦେଇ ଡରେଇ ରଖିଥିଲା । ଫଳରେ ମୋ ଭାଇ ଦୀର୍ଘ ୧୨ ବର୍ଷ ହେବ ବାହାରେ ରହିଛି ଓ ଏବେ ମୋ ସମ୍ପର୍କକୁ ନେଇ ବି ବଡ଼ ଦିଦିର ଘୋର ବିରୋଧ ।

କେବଳ ଏତିକି ନୁହେଁ, ନିଜ ପରିବାର ଇତିହାସ ପେଡ଼ି ଖୋଲିବା ସାଙ୍ଗରେ କେତେଟା ପ୍ରଶ୍ନ ମଧ୍ୟ ପଚାରିଛନ୍ତି ଦୂତୀ । ସେ କହିଛନ୍ତି ଯେ ସତରେ କ’ଣ ପ୍ରେମଟା ଏତେ ଖରାପ ! ପ୍ରେମ ବିବାହ କରିବାଟା କ’ଣ ପାପ ? ତାଙ୍କ ପୋଷ୍ଟ ଅନୁଯାୟୀ ତାଙ୍କୁ ମଧ୍ୟ ତାଙ୍କ ବଡ଼ ଦିଦି ଘରକୁ ଯିବାକୁ ଦେଉନାହାନ୍ତି । ଏମିତିକି ତାଙ୍କ ମୋ-ବାପାଙ୍କ ସହିତ କଥାବାର୍ତ୍ତା ବି କରେଇ ଦେଉନାହାନ୍ତି ।

ଦୂତୀ ପୁଣି ବି କହିଛନ୍ତି ଯେ ମୋ ବଡ଼ ଦିଦି ମୋ ବାପାମାଙ୍କୁ ଧମକ ଚମକ ଦେଇ ଡରେଇକି ରଖିଛନ୍ତି । ମୋ ମା’ ଯାହା କରୁଛନ୍ତି ବା କହୁଛନ୍ତି ମୋ ଦିଦି ଡରରେ । ଏମିତିକି ଶେଷରେ ସେ ଜନସାଧାରଣଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନୁରୋଧ କରିଛନ୍ତି ଯେ ମୋ ହିଟଲର ଦିଦିଙ୍କଠାରୁ ଆମକୁ ରକ୍ଷା କରନ୍ତୁ ।

ସୂଚନା ଥାଉ କି ଗତକାଲି ଦୌଡ଼ ରାଣୀ, ଓଡ଼ିଶାର ମଉଢ ମଣି ଦୂତୀ ଚାନ୍ଦ ନିଜ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ନାମରେ ସମଲିଙ୍ଗୀ ଅଭିଯୋଗ ଆଣିଥିଲେ ଓ କହିଥିଲେ ଯିଏ ମୋ ସମ୍ପର୍କକୁ ନେଇ ବିରୋଧ କରୁଥିଲେ ଏବେ ସିଏ ନିଜେ ସେଇ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପାଖରେ ତାଙ୍କ ଭଉଣୀଙ୍କ ଖିଲାପ ପ୍ରମାଣ ମଧ୍ୟ ଅଛି ।

Leave a Reply

Your email address will not be published. Required fields are marked *