ଥରେ ସୁଶାନ୍ତଙ୍କ ଉପରେ ରାଗିଯାଇ ଗାଳି କରିଥିଲେ ସଲମାନ, ବର୍ତ୍ତମାନ ଲୋକେ ସଲମାନଙ୍କୁ କରୁଛନ୍ତି ନିନ୍ଦା…

ସୁଶାନ୍ତ ସିଂ ରାଜପୁତ୍ ରବିବାର ଦିନ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଯାହା କେବଳ ବଲିଉଡ୍ ଇଣ୍ଡଷ୍ଟ୍ରି ନୁହେଁ ସାରା ଦେଶବାସୀଙ୍କୁ ଶୋକାକୁଳ ପରିବେଶ ଆଣିଦେଇଛି । ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତଙ୍କ ବିୟୋଗ ତାଙ୍କ ପ୍ରଶଂସକଙ୍କ ପାଇଁ ବିଶ୍ଵାସଯୋଗ୍ୟ ନୁହେଁ । ମିଡ଼ିଆ ରିପୋର୍ଟ ଅନୁଯାୟୀ ସୁଶାନ୍ତ ସିଂ ଗତ କେତେ ମାସ ଧରି ଡିପ୍ରେସନର ଶିକାର ଥିଲେ । ହେଲେ ସୋସିଆଲ ମିଡ଼ିଆରେ ସୁଶାନ୍ତଙ୍କ ପ୍ରଶଂସକମାନେ ପ୍ରଶ୍ନ କରୁଛନ୍ତି ଯେ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପାଇଁ ଦାୟୀ କିଏ ? କରନ ଜୋହର, ଆଲିଆ ଭଟ୍ଟଙ୍କ ପରେ ସଲମାନ ଖାନଙ୍କ ଉପରେ ଲୋକଙ୍କ ରାଗ ଏବେ ଘନେଇବାରେ ଲାଗିଛି ।

ବର୍ତ୍ତମାନ ସୋସିଆଲ ମିଡ଼ିଆ ଟ୍ୱିଟରରେ ଶୀର୍ଷରେ ଟ୍ରେଣ୍ଡ କରୁଛନ୍ତି ସଲମାନ ଖାନ । ଜୁନ ୧୪ରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଆସିବା ପରେ ବଲିଉଡରୁ ଆରମ୍ଭ କରି ରାଜନୈତିକ ଏବଂ କ୍ରୀଡାଜଗତ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ । ଏହି କ୍ରମରେ ସଲମାନ ଖାନ ମଧ୍ୟ ନିଜ ଟ୍ୱିଟରରେ ସୁଶାନ୍ତଙ୍କ ମୃତ୍ୟୁରେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ ।

https://twitter.com/Akhandadi07/status/1272732923960061952?s=20

ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ସହ ଫିଲ୍ମ କରୁଛନ୍ତି କି ବୋଲି ସଲମାନ ଖାନଙ୍କୁ ପଚରା ଯାଇଥିଲା ହେଲେ ସଲୁ ମିଆଁଙ୍କ ଉତ୍ତର ଥିଲା, ସୁଶାନ୍ତ ସିଂ ରାଜପୁତ କିଏ ? ପରେ ସଲମାନଙ୍କୁ କୁହାଯାଇଥିଲା ଯେ ମହେନ୍ଦ୍ର ସିଂ ଧୋନି ଭୂମିକାରେ ଅଭିନୟ କରିଥିବା ‘MS ଧୋନି ଦ ଅନଟୋଲ୍ଡ ଷ୍ଟୋରୀ’ର ହିରୋ ହେଉଛନ୍ତି ସୁଶାନ୍ତ ସିଂ । ବର୍ତ୍ତମାନ ଟ୍ୱିଟରରେ ସଲମାନ ଖାନ ଏହି ପ୍ରଶ୍ନ ଓ ନିଜ ଉତ୍ତରକୁ ନେଇ ଟ୍ରେଣ୍ଡ ହେଉଛନ୍ତି ।

ସଲମାନ ଖାନଙ୍କ ଏହି ପୁରୁଣା ସାକ୍ଷାତକାରରେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକଙ୍କ କ୍ରୋଧ ସୋସିଆଲ ମିଡ଼ିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି । ସଲମାନ ଖାନଙ୍କ ପୂର୍ବରୁ ଟ୍ୱିଟର ବ୍ୟବହାରକାରୀମାନେ କରନ ଜୋହର ଏବଂ ଆଲିଆ ଭଟ୍ଟଙ୍କ ବିପକ୍ଷରେ ବି ସ୍ଵର ଉଠାଇଛନ୍ତି ।

ଅନ୍ୟପକ୍ଷରେ ସଲମାନ ଖାନଙ୍କ ପ୍ରଶଂସକମାନେ ସଲମାନ ସମର୍ଥନରେ ଟ୍ୱିଟ କରୁଛନ୍ତି । ସେମାନେ କହିଛନ୍ତି ଯେ ସଲମାନ ସମସ୍ତଙ୍କୁ ସମର୍ଥନ କରିଛନ୍ତି । ଏମିତିକି ସୁଶାନ୍ତ ସିଂ ଏବଂ ସଲମାନ ଖାନଙ୍କ ଏକ ଡ୍ୟାନ୍ସ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହା ମଧ୍ୟ କହୁଛନ୍ତି ଯେ ଯେତେବେଳେ ବିଗ୍ ବସ୍ ସମୟରେ ସୁଶାନ୍ତ ସିଂ ରାଜପୁତ ଏବଂ ସାରା ଅଲି ଖାନ୍ ‘କେଦାରନାଥ’ର ପ୍ରମୋସନ ପାଇଁ ପହଞ୍ଚିଥିଲେ, ସେତେବେଳେ ସଲମାନ ଖାନ ଉଭୟଙ୍କ ସହିତ ବହୁତ ଭଲ ବ୍ୟବହାର କରିଥିଲେ । କେବଳ ଏତିକି ନୁହେଁ, ସଲମାନ ସୁଶାନ୍ତଙ୍କୁ ‘କେଦାରନାଥ’ ପାଇଁ ଶୁଭେଚ୍ଛା ମଧ୍ୟ ଦେଇଥିଲେ ।

Leave a Reply

Your email address will not be published. Required fields are marked *