ସଂସ୍କାର : ଓଡ଼ିଶା ସିଭିଲ ସର୍ଭିସ-୨୦୨୦ (ଓଏଏସ୍) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମୋଟ ୩୯୨ ପରିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥି ମଧ୍ୟରୁ ୧୪୮ ଜଣ ଛାତ୍ରୀ ଅଛନ୍ତି। ତେଜସ୍ବିନୀ ବେହେରା ଓଏଏସ୍ ଟପ୍ପର ହୋଇଥିବା ବେଳେ ଶୁଭଙ୍କରୀ ସୁଦେଷ୍ଣା ଦାଶ ଦ୍ୱିତୀୟ ଓ ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଓଏଏସ୍ ରେଜଲ୍ଟର ପ୍ରଥମ ୩ଟି ସ୍ଥାନ ଅଧିକାର କରିଛନ୍ତି ଛାତ୍ରୀ।
ସେହିପରି ଚତୁର୍ଥରେ ଦେବବ୍ରତ କର, ପଞ୍ଚମରେ ଦେବବ୍ରତ ମହାରଣା, ଷଷ୍ଠରେ ଅଭିସ୍ମିତା ତିୱାରୀ, ସପ୍ତମରେ ଶୁଭଶ୍ରୀ ରଥ, ଅଷ୍ଟମରେ ଶ୍ରୀତପା ମିଶ୍ର, ନବମରେ ବିବେକାନନ୍ଦ ଷଡ଼ଙ୍ଗୀ, ଦଶମରେ ତପତି ରାଜ, ଏକାଦଶରେ ପଙ୍କଜ କୁମାର ମହାନ୍ତ, ଦ୍ୱାଦଶରେ ତନ୍ମିତା କର ଓ ୧୩ ନମ୍ବରରେ ଅଭିଜିତ ଷଡ଼ଙ୍ଗୀ ରହିଛନ୍ତି।
ସେହିପରି ୧୪ ନମ୍ୱର ସ୍ଥାନରେ କସ୍ତୁରୀ ପଣ୍ଡା, ୧୫ ନମ୍ୱରରେ ବିଭୂପ୍ରସାଦ ସିଂହ, ୧୬ ନମ୍ୱରରେ ବିଶ୍ୱଜିତ ପଣ୍ଡା, ୧୭ ନମ୍ୱରରେ ହରପ୍ରିୟା ପୃଷ୍ଟି, ୧୮ ନମ୍ୱରରେ ରାମକୃଷ୍ଣ ସତ୍ୟରାଜ ଗୁରୁ, ୧୯ ନମ୍ୱର ଅଣାକାର ନାୟକ, ୨୦ ନମ୍ୱରରଆ ଲିତୁସ୍ମିତା ମିଶ୍ର ଅଛନ୍ତି।
ପ୍ରଥମ ଆଟେମ୍ଟରେ ଟପର ହୋଇଥିବା ତେଜସ୍ୱିନୀ ବେହେରା କହିଛନ୍ତି, ପ୍ରଥମ ହେବି ବୋଲି ଭାବି ନଥିଲି। କିନ୍ତୁ ଲିଷ୍ଟରେ ନାଁ ରହିବ ନିଶ୍ଚିତ ଥିଲି। ଅର୍ଥନୀତି ଏବଂ ଗୃହ ବିଜ୍ଞାନ ଅପ୍ସନାଲ ରଖିଥିଲି। JNUରେ ଅର୍ଥନୀତିରେ ପିଜି କରିବା ଦିନରୁ ପ୍ରସ୍ତୁତି ଚଳାଇଥିଲି। ପ୍ରସ୍ତୁତି କରିବା ପାଇଁ JNU ଭଲ ପରିବେଶ ଦେଇଥିଲା। ସାକ୍ଷାତକାର ପରୀକ୍ଷା ମାତ୍ର ୧୫ ମିନିଟ ଥିବାରୁ ଟିକେ ଆଶଙ୍କା ଥିଲା। ସାକ୍ଷାତକାରରେ ଅର୍ଥନୀତି ଓ ରାଜନୀତି ବିଷୟରେ ପ୍ରଶ୍ନ ଥିଲା ବୋଲି ତେଜସ୍ୱିନୀ କହିଛନ୍ତି।