ସୁବ୍ରୋତୋ ବାଗଚିଙ୍କ ୪ ଫର୍ମୁଲା : ହାରି ଯିବ କରୋନାଭାଇରସ୍

ବିଶ୍ଵ, ଦେଶ ତଥା ରାଜ୍ୟ ସ୍ତରରେ ଗତ ୨୪ ଘଣ୍ଟା ଭିତରେ କାରୋନାଭାଇରସ ସମ୍ବନ୍ଧିତ କେଉଁସବୁ ପରିବର୍ତ୍ତନ ଘଟିଛି ସେ ବିଷୟରେ ଏକ ବିବୃତ୍ତିରେ ଉପସ୍ଥାପନ କରି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର ସୁବ୍ରୋତୋ ବାଗଚି ଅବଗତ କରେଇଛନ୍ତି । ଗତକାଲି ଏହି ସମୟରେ ୧୫୭ଟି  ଦେଶରେ କରୋନାର ପାଦୁର୍ଭାବ ଦେଖିବାକୁ ମିଳିଥିଲାବେଳେ ଆଜି ଏହି ସଂଖ୍ୟା ୧୬୨ରେ ପହଞ୍ଚିଛି । ଗତ କାଲି ୧,୭୦,୧୮୭ ଜଣ COVID-୧୯ରେ ଆକ୍ରାନ୍ତ ହୋଇଥିବାବେଳେ ଆଜିର ଗଣନା କହୁଛି ୧,୮୩,୧୧୬ । ଏଥିରୁ ସ୍ପଷ୍ଟ ଯେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତକାଲି ପରି ଆଜି ମଧ୍ୟ ଚାଇନା, ଇଟାଲୀ, ଇରାନ, ସ୍ପେନ, ସାଉଥ କୋରିଆରେ ଅଧିକ ସଂଖ୍ୟାରେ କରୋନା ଭାଇରସ ସଂକ୍ରମିତଙ୍କ ଚିହ୍ନଟ ହୋଇଛି । ଭାରତବର୍ଷରେ ଗତକାଲି ୧୧୫ଟି ମାମଲା ଦାଖଲ କରାଯାଇଥିଲାବେଳେ ତାହା ବଢି ଯାଇ ଆଜି ୧୨୬ (ରାତି ୧୦ଟା ସୁଦ୍ଧା ୧୩୭) ହୋଇସାରିଛି । ଭାରତରେ କାଲି ୨ ଜଣଙ୍କ ମୃତ୍ୟୁ ହୋଇଥିଲା, ହେଲେ ଆଜି ତାହା ୩କୁ ବୃଦ୍ଧି ପାଇଛି ।

ତଥାପି ଗୋଟେ ଭଲ କଥା କହିବି ଯାହା ଘରେ ଘରେ ପହଞ୍ଚିବା ନିତାନ୍ତ ଆବଶ୍ୟକ ବୋଲି ମୁଁ ମନେକରେ ।  ବର୍ତ୍ତମାନ ପରିସ୍ଥିତିରେ ବ୍ୟାପିଥିବା କରୋନା ଭାଇରସ ସମସ୍ତଙ୍କୁ ଭୟଭୀତ କରିଦେଇଛି । ଆମ ଭବିଷ୍ୟତ ହେଲା ଆମ ପିଲାମାନେ । ଶିଶୁ ବଞ୍ଚିଲେ ଯାଇ ଆଗାମୀ ପିଢି ବଞ୍ଚିବ । ମାନବ ଜାତିର ଭବିଷ୍ୟତ ନିରାପଦ ରହିବ । ସବୁଠୁ ବଡ଼ କଥା ହେଲା ଯେ ଆଜିର COVID-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୩,୧୧୬ ରେ ଗୋଟିଏ ବି ୯ ବର୍ଷରୁ କମ୍ ବୟସ ଶିଶୁର ମୃତ୍ୟୁ ହୋଇନାହିଁ ବୋଲି ବାଗଚି ତାଙ୍କ ଉଦବୋଧନରେ କହିଛନ୍ତି ।

ତଥ୍ୟ ଅନୁସାରେ ଜଣେ ସାଧାରଣ ବ୍ୟକ୍ତି ଗୋଟାଏ ମୋବାଇଲ ଫୋନକୁ ଦିନରେ ହାରାହାରି ୨,୬୦୦ ଥର ଛୁଇଁଥାନ୍ତି । ନିଜ ପିଲାଛୁଆ, ବାପାମାଆ, ଅନ୍ୟମାନେ, ପ୍ରିୟଜନମାନଙ୍କୁ ଯେତିକି ଛୁଉଁ ନାହାନ୍ତି, ସେତିକିଥର ମୋବାଇଲକୁ ଧରୁଛନ୍ତି ବୋଲି ବାଗଚି ସ୍ପଷ୍ଟୋକ୍ତି ରଖିଛନ୍ତି । ବ୍ୟବହାରକୁ ଗଣିଲେ ତାହାର ସଂଖ୍ୟା ହେବ ହାରାହାରି ୭୬ ଥର । ଆଜ୍ଞା, ହଁ ଏହା ପ୍ରତି ବି ସାବଧାନ ହେବାକୁ ହେବ । ଅନ୍ତତଃ ଦିନକୁ ୪ରୁ ୬ ଥର ନିଜ ମୋବାଇଲକୁ ସାବୁନ ପାଣିରେ ସଫା କରନ୍ତୁ ବୋଲି ସେ କହିଛନ୍ତି ।

ଏହା ସହିତ ଯୋଡ଼ି ଥିଲେ ନିରାକରଣ ପଦ୍ଧତି ରୂପେ ୪ଟି ଗୁରୁତ୍ତ୍ୱପୂର୍ଣ୍ଣ ସତର୍କତା :  

  • ହାତ ଧୋଇବା (ହ୍ୟାଣ୍ଡ ୱାଶ, ସାବୁନ)
  • ସାମାଜିକ ଦୂରତ୍ଵ ରଖିବା
  • ସ୍ଵତଃ ନିଜକୁ ଅଲଗା ରଖିବା (ଅନ୍ୟୁନ ୧୪ ଦିନ ଯାଏଁ)
  • ଯଦି ବିଦେଶରୁ କିମ୍ବା ସେମିତି ସଂକ୍ରମିତ ସ୍ଥାନରୁ ଆସିଥାନ୍ତି ତେବେ ସ୍ଵତଃ ନିଜକୁ ଘୋଷଣା କରିବା ସହିତ ଯାତାୟାତ ପଥ ବିଷୟରେ ଅବଗତ କରାଇବା

୩ ଟି ଚିତ୍ର ସାହାଯ୍ୟରେ ସଚିବ ସଞ୍ଜୟ ସିଂହ କରୋନା ଭାଇରସର ସଂକ୍ରମଣ ସହିତ ଉପରୋକ୍ତ ୪ଟି କଥାର କଣ ରହିଛି ସମ୍ପର୍କ ସେ ବିଷୟରେ ବୁଝାଇବାକୁ ଚେଷ୍ଟା କରିଛନ୍ତି । ପ୍ରଥମ ଚିତ୍ରରେ କିପରି ପ୍ରଥମ ୨୦ ଦିନରେ ଯେତେ ଲୋକ ସଂକ୍ରମିତ ହୋଇଛନ୍ତି ଓ ପରବର୍ତ୍ତୀ ୨୦ ଦିନରେ ଯେତେ ଲୋକ ସଂକ୍ରମିତ ହୋଇଛନ୍ତି, ତାଠାରୁ ଖୁବ୍ ଅଧିକ ଲୋକ ପ୍ରଥମ ୪୦ ଦିନ ପରେ ମାତ୍ର ୬ ଦିନ ଭିତରେ ହୋଇଛନ୍ତି ବୋଲି ସେ ଦର୍ଶାଇଛନ୍ତି । ତାଙ୍କ କହିବାନୁଯାୟୀ ଜଣେ ସଂକ୍ରମିତ ଲୋକ ଅନ୍ୟ ୩ ଜଣଙ୍କୁ ସଂକ୍ରମିତ କରାଇବାରେ ସକ୍ଷମ ହୋଇଥାଏ । ଉପରୋକ୍ତ ୪ଟି କଥା ମାନିଲେ ନିହାତି ମାତ୍ରରେ ଏ ଭାଇରସର ତ୍ଵରିତ ବେଗକୁ ଆୟତ କରିହେବ ବୋଲି ସଚିବ ନିଜର ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *