ପୁଣିଥରେ ଲିକ୍ ହେଲା OSSC ପରୀକ୍ଷା ପ୍ରଶ୍ନପତ୍ର।

ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା । OSSCର ୟୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା ଲାଗି ରାଜ୍ୟର ୧୭ଟି ସେଣ୍ଟର ମଧ୍ୟରୁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଏକ ସେଣ୍ଟର ହୋଇଥିଲା। ଏଥିରେ ୭୦୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ଲାଗି ବ୍ୟବସ୍ଥା ହୋଇଥିଲା। ପରୀକ୍ଷା ଆରମ୍ଭ ହେବା ମାତ୍ରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ କରି କିଛି ପରୀକ୍ଷାର୍ଥୀ ହୋ-ହାଲ୍ଲା କରିଥିଲେ। ଏହାକୁ ନେଇ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି।

ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି । ବାଲେଶ୍ୱର ଉପଜିଲ୍ଲାପାଳ ପହଞ୍ଚି ପିଲାଙ୍କ ସହ ଆଲୋଚନା କରିଛନ୍ତି।

ଏହାପରେ ପରୀକ୍ଷା ୧୫ ମିନଟ ବିଳମ୍ବ ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ସେପଟେ ଉପଜିଲ୍ଲାପାଳ ସମସ୍ତ ଭିଯୋଗକୁ ଖଣ୍ଡନ କରିବା ସହ ସମସ୍ତ ନିୟମ ପ୍ରକାରେ ପରୀକ୍ଷା ହୋଇଥିବା କହିଛନ୍ତି। ପ୍ରଶ୍ନପତ୍ର ଆସିବା ବେଳେ ଏହାର ସିସିଟିଭି ଫୁଟେଜ ରହିଛି। ଅନ୍ୟପଟେ ପରକ୍ଷା ୧୫ ମିନୟ ବିଳମ୍ବ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ୧୫ ମିନଟ ଅତିରିକ୍ତ ସମୟ ଦିଆଯାଇଥିବା ଉପଜିଲ୍ଲାପାଳ କହିଛନ୍ତି।