ବଲିଉଡ଼ ଅଭିନେତ୍ରୀ କରିସ୍ମା କପୁରଙ୍କ ଅବିକଳ ଭଳି ଦେଖାଜୁଛନ୍ତି ଏହି ଯୁବତୀ, ଭିଡ଼ିଓ ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ

pakistani instagram star heenas pictures and videos have gone viral on social media, who looks like karishma kapoor

ଏକାଭଳି ଦେଖାଯାଉଥିବା ମୁହଁ ଥିବା ବ୍ୟକ୍ତି ପ୍ରାୟତଃ ଦେଖା ଯାଆନ୍ତି । ଦୁନିଆରେ ସେମିତିରେ ତ ଅନେକ ସମାନ ମୁହଁ ଥିବା ବ୍ୟକ୍ତି ଅଛନ୍ତି କିନ୍ତୁ ଯଦି କେହି କୌଣସି କଳାକାରଙ୍କ ପରି ଦେଖା ଯାଆନ୍ତି ତେବେ ତ ସେ ପ୍ରଶଂସା ଏବଂ ଆଲୋଚନାର ବିଷୟ ପାଲଟିଯାଆନ୍ତି ।

ଆଜିକାଲି ପାକିସ୍ତାନର ଜଣେ ଯୁବତୀ ଚର୍ଚ୍ଚାର ବିଷୟ ହୋଇଛନ୍ତି । ଯୁବତୀଙ୍କ ବିଶେଷତ୍ୱ ​​ହେଉଛି ସେ ଅବିକଳ ବଲିଉଡ଼ ଅଭିନେତ୍ରୀ କରିସ୍ମା କପୁରଙ୍କ ପରି ଦେଖାଯାଉଛନ୍ତି । ଟିକଟକରେ ପ୍ରସ୍ତୁତ ତାଙ୍କର ଏକ ଭିଡ଼ିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କେବଳ କରିସ୍ମା କପୁର ପରି ଦେଖାଯାଉ ନାହାନ୍ତି ବରଂ ତାଙ୍କ ପରି କଥା ବି କହୁଛନ୍ତି ।

ଏହି ଯୁବତୀଙ୍କ ନାମ ହିନା ଖାନ ଏବଂ ସେ ଆଜିକାଲି ପାକିସ୍ତାନରେ ପ୍ରମୁଖ ଖବର ହେଇ ରହିଛନ୍ତି । ହିନା କରିସ୍ମାଙ୍କ ପରି ତୋଫା ଗୋରା, ସୁନ୍ଦର ଏବଂ ନୀଳ ନୟନା । କରିସ୍ମାଙ୍କ ସହିତ ହିନାଙ୍କ ଚେହେରା ଏତେ ମିଶୁଛି ଯେ ଅନେକବାର ଲୋକେ ଧୋକା ଖାଇ ଯାଉଛନ୍ତି ।

ହୀନା ମଧ୍ୟ ପସନ୍ଦ କରନ୍ତି ଯେ ତାଙ୍କୁ ଲୋକେ କରିସ୍ମା ଡାକନ୍ତୁ । ସେ ବି କରିସ୍ମା କପୁରଙ୍କ ପରି ଗେଟଅପ୍ କରି ସୋସିଆଲ ମିଡ଼ିଆରେ ନିଜ ଅଭିନୟ ଜାରି ରଖିଛନ୍ତି । ସୋସିଆଲ ମିଡ଼ିଆରେ ତାଙ୍କର ହଜାର ହଜାର ଫଲୋୟର୍ସ ଅଛନ୍ତି । ହିନା ଟିକଟକରେ ଭିଡ଼ିଓ ଅପଲୋଡ଼ କରନ୍ତି ଏବଂ ତାଙ୍କୁ ବହୁତ ପ୍ରଶଂସା କରାଯାଏ । ଏହାସହିତ ହିନା ନିଜକୁ କରିସ୍ମା କପୁରଙ୍କ ସୁପରଫ୍ୟାନ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ଲୋକମାନେ ତାଙ୍କୁ କରିସ୍ମା କପୁରଙ୍କ ଭଳି ଅଭିନେତ୍ରୀଙ୍କ ସହ ତୁଳନା କରନ୍ତି ସେତେବେଳେ ତାଙ୍କୁ ଏହା ଭଲ ଲାଗେ ।

Leave a Reply

Your email address will not be published. Required fields are marked *