ସଂସ୍କାର : ବିମାନ ମଧ୍ୟରେ ବିମାନର ମହିଳା କର୍ମଚାରୀ ଓ ଯାତାୟାତ କରୁଥିବା ଲୋକମାନଙ୍କୁ ଅଶ୍ଳୀଳ ବ୍ୟବହାର କରି ଟେପରେ ବନ୍ଧା ହୋଇ ମାଡ଼ ଖାଇଲେ ଜଣେ ବ୍ୟକ୍ତି। ଆଉ ତାଙ୍କର ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ୍ ହେବାରେ ଲାଗିଛି।

ଭାଇରଲ୍ ହେଉଥିବା ଭିଡ଼ିଓଟି ହେଉଛି, ଆମେରିକାର ଫ୍ରଣ୍ଟିଅର୍ ଏୟାରଲାଇନ୍ସର। ଭାଇରଲ୍ ହେଉଥିବା ଭିଡ଼ିଓରେ ନଜର ଆସୁଛି ଯେ, ଏଥିରେ ବସିଥିବା ଜଣେ ବ୍ୟକ୍ତି ଜଣେ ମହିଳା ବିମାନ କର୍ମଚାରୀଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଛନ୍ତି। ଭିଡ଼ିଓରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ, ସେହି ବିମାନରେ ଯାତ୍ରା କରୁଥିବା ବ୍ୟକ୍ତି ଜଣକ, ଅନ୍ୟ ଲୋକଙ୍କ ସହ ଖରାପ ବ୍ୟବହାର କରୁଛି।ଏହା ସହ ବିମାନ ମଧ୍ୟରେ ହୋହାଲ୍ଲା ବି କରୁଛନ୍ତି। ଆଉ ସେହି ବ୍ୟକ୍ତିର ପାଟିକୁ ବନ୍ଦ କରିବା ପାଇଁ ବିମାନର ଅନ୍ୟ ସଦସ୍ୟ ମାନେ ତାଙ୍କୁ ମାଡ଼ ମାରିବା ସହ ଟେପର ବାନ୍ଧି ଦେଉଛନ୍ତି।
ଅଶ୍ଳୀଳ କଥା କହି ବନ୍ଧା ହେଲେ ବ୍ୟକ୍ତି, ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ :-
ସୂଚନା ଅନୁସାରେ, ଉଡ଼ାଣ ସମୟରେ ଉକ୍ତ ବ୍ୟକ୍ତି ଜଣକ ଦୁଇଜଣ ମହିଳା ବିମାନ କର୍ମଚାରୀଙ୍କ ଅନୁପଯୁକ୍ତ ସ୍ଥାନରେ ଛୁଇଁବାକୁ ଚେଷ୍ଟା କରିଥିଲେ ଏବଂ ପରେ ସେମାନଙ୍କ ଉପରେ ପାଟି କରିବା ଆରମ୍ଭ କରିଥିଲେ। ଭିଡିଓରେ ସେ ବିମାନ ସେବାୟତଙ୍କ ଉପରେ ପାଟିତୁଣ୍ଡ କରୁଥିବା ଏବଂ ତାଙ୍କ ପିତାମାତାଙ୍କର ସମ୍ପତ୍ତି ୨ ମିଲିୟନ୍ ଡଲାର ଥିବା କହିଛନ୍ତି। ଯୁବକ ଜଣଙ୍କ ନାମ ମ୍ୟାକ୍ସୱେଲ ୱିଲକିନ୍ସନ୍ ବରୀ ବୋଲି କୁହାଯାଉଛି ଏବଂ ମିଆମି-ଡେଡ୍ ପୋଲିସ ବିଭାଗରେ ଏହି ମାମଲାରେ ଏକ ରିପୋର୍ଟ ଦାଖଲ କରାଯାଇଛି।
ତେବେ ସରକାରୀ ଯାନବାହନ ହେଉ ଅବା ବେସରକାରୀ ଯାନବାହନ , ଯଦି ଆମେ ସେହି ଯାନରେ ଯାତାୟାତ କରୁଛନ୍ତି , ତେବେ ଆମକୁ ଶାଳ୍ଳୀନତା ବଜାୟ ରଖିବାକୁ ପଡିବ। ଆଉ ନିଜର ଗନ୍ତବ୍ୟ ସ୍ଥଳରେ ପହଂଚିବା ପର୍ଯ୍ୟନ୍ତ ପାଟି ବନ୍ଦ କରିବାକୁ ପଡିବ। ଯଦି ଆପଣ ସେହି ଗାଡି କିମ୍ବା ବିମାନ ମଧ୍ୟରେ ହୋହାଲ୍ଲା କରନ୍ତି ତେବେ ଆପଣ ମାଡ଼ ଖାଇବା ସୁନିଶ୍ଚିତ।