Pat Cummins best Test playing XI : ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ତଥା ବର୍ତ୍ତମାନ ନଂ-1 ଟେଷ୍ଟ ବୋଲର ପ୍ୟାଟ୍ କମିନ୍ସ କହିଛନ୍ତି ଯେ ଯଦି ସେ ଟେଷ୍ଟ ମ୍ୟାଚ ପାଇଁ Playing XI ଚୟନ କରନ୍ତି, ତେବେ ସେ ଏଥିରେ ବିରାଟ କୋହଲି, କେନ୍ ୱିଲିୟମସନ ଏବଂ ଷ୍ଟିଭ ସ୍ମିଥ ଙ୍କ ଭଳି ଖେଳାଳିଙ୍କୁ ସାମିଲ ନିଶ୍ଚୟ କରିବେ। କମିନ୍ସ ଏହି ତିନିଜଣଙ୍କ ବିପକ୍ଷରେ ବୋଲିଂ ମଧ୍ୟ କରି ସାରିଛନ୍ତି। ୱିଲିୟମ୍ସନ୍ ବର୍ତ୍ତମାନ ନମ୍ବର-1 ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ହୋଇଥିବାବେଳେ ବିରାଟ କୋହଲି ର଼୍ୟାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ଅଛନ୍ତି।

ୟୁଟ୍ୟୁବରେ ଏକ ପ୍ରଶ୍ନ-ଉତ୍ତର ଅଧିବେଶନରେ ପ୍ୟାଟ୍ କମିନ୍ସ ଙ୍କୁ ଜଣେ ପ୍ରଶଂସକ ପଚାରିଥିଲେ ଯେ ଆପଣଙ୍କ ସର୍ବକାଳୀନ ଟେଷ୍ଟ ମ୍ୟାଚ ପାଇଁ Playing XI ଚୟନ କରନ୍ତି ତେବେ ମଧ୍ୟ କ୍ରମ ରେ ଦୁନିଆର କେଉଁ 3 ଖେଳାଳିଙ୍କୁ ଚୟନ କରିବେ ? ଜବାବରେ ସେ କହିଛନ୍ତି ଯେ ମୁଁ କେନ୍ ୱିଲିୟମସନଙ୍କୁ ନମ୍ବର -3 ରେ, ଷ୍ଟିଭ୍ ସ୍ମିଥ୍ -4 ନମ୍ବରରେ ଏବଂ ବିରାଟ କୋହଲିଙ୍କୁ ମୁ ଦଳ ର 5 ନମ୍ବର ରେ ରଖିବି।

ଆପଣ ଜାଣିଥିବେ ଯେ ଦିନିକିଆ କ୍ରିକେଟରେ ପ୍ୟାଟ୍ କମିନ୍ସ କେନ୍ ୱିଲିୟମସନଙ୍କୁ ଦୁଇଥର ଆଉଟ କରିଥିବାବେଳେ ବିରାଟ କୋହଲି ସାତଥର ପାଭିଲିୟନକୁ ରାସ୍ତା ଦେଖାଇଛନ୍ତି। ଏହା ବ୍ୟତୀତ ଜୁନ୍ 18 ରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିବାକୁ ଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚ୍ ବିଷୟରେ କମିନ୍ସ ମଧ୍ୟ ନିଜର ପୂର୍ବାନୁମାନ ମତ ଦେଇଛନ୍ତି।

କମିନ୍ସଙ୍କ ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡ ପାଇଁ ଇଂଲଣ୍ଡର ପରିବେଶ ଅଧିକ ଅନୁକୂଳ ହେବ, ଯେଉଁ କ୍ଷେତ୍ରରେ କିୱି ଦଳ ଭାରତ ଅପେକ୍ଷା ଅଧିକା ଶକ୍ତିଶାଳୀ ହେବ ଏବଂ ଭାରତ ଉପରେ ଭାରି ପଡିବ ନ୍ୟୁଜିଲ୍ୟାଣ୍ଡ ଦଳ। ଐତିହାସିକ ମ୍ୟାଚ୍ ସାଉଥମ୍ପଟନରେ ଖେଳାଯିବ | ସେ କହିଛନ୍ତି, ‘ଫାଇନାଲରେ ପ୍ରବେଶ କରିଥିବା ଦୁଇ ଦଳ ଦୁନିଆର ସର୍ବୋତ୍ତମ ଦଳ ଏବଂ ସେମାନଙ୍କର କୌଣସି ଦୁର୍ବଳତା ନାହିଁ। ଉଭୟ ଦଳର ଏଭଳି କିଛି ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯେଉଁମାନଙ୍କ ବିରୁଦ୍ଧରେ ବୋଲିଂ କରିବା ସବୁଠାରୁ କଷ୍ଟକର ହେବ, କିନ୍ତୁ ଦୁଇ ଦଳ ଏହି ଚ୍ୟାଲେଞ୍ଜ ପାଇଁ ପୁରା ପ୍ରସ୍ତୁତ ଅଛନ୍ତି।