୧୦୮ ଆମ୍ବୁଲାନ୍ସ ବଦଳରେ ଖଟିଆରେ ବୁହାହେଲେ ରୋଗୀ : ହସ୍ପିଟାଲ ପହଞ୍ଚୁ ପହଞ୍ଚୁ …

ପ୍ରଗତିର ଡିଣ୍ଡିମ ଚାରିଆଡ଼େ ବାଜୁଥିଲେ ବି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୟାଗଡ ଜିଲ୍ଲାରୁ । ମିଳିଥିବା ସୂଚନାନୁସାରେ ନୂଆଗାଁ ବ୍ଲକ୍ ଉଦୟପୁର ପଞ୍ଚାୟତର କୋସଳାଙ୍ଗ ଗାଁର ଜଣେ ବୃଦ୍ଧ ଅସୁସ୍ଥ ହୋଇପଡ଼ିଥିଲେ । ଶୁକ୍ରବାର ଅସୁସ୍ଥ କଣ୍ଠ କହଁରଙ୍କୁ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା ।

ପ୍ରଗତିର ଠିକ ବିପରୀତରେ ଗାଁ ରାସ୍ତା ଏତେ ଖରାପ ଥିଲା ଯେ ଆମ୍ବୁଲାନ୍ସ ଆସିବା ସମ୍ଭବ ହେଲାନି । ଫଳରେ ଖଟିଆରେ ରୋଗୀକୁ ବୋହି ସମ୍ପର୍କୀୟମାନେ ପ୍ରାୟ ୨ କିଲୋମିଟର ନେଲା ପରେ ପ୍ରଥମେ ଏକ ଅଟୋ ପରେ ପୁଣି ୧୦୮ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତରଖାନାରେ ପହଞ୍ଚୁ ପହଞ୍ଚୁ ଅସୁସ୍ଥ ବୃଦ୍ଧ ଜଣକ ସବୁଦିନ ପାଇଁ ଆଖି ବୁଜି ସାରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।  

ସୂଚନାଥାଉ ଯେ କୋସଳାଙ୍ଗ ଗାଁରେ ୩୦ଟି ପରିବାର ବସବାସ କରୁଥିଲା ବେଳେ ଗାଁର ବିପଦଆପଦ ସମୟକୁ ଏକ ମାତ୍ର ପାଦଚଲା ରାସ୍ତା ହିଁ ସାହାଭରସା । ଗାଁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଅନ୍ୟପକ୍ଷରେ ଖଟିଆରେ ରୋଗୀ ବୁହାହେବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *