ରାଜଧାନୀରେ ବେଆଇନ ଭାବେ ପୋଷ୍ଟର ମାରିଥିବା କମ୍ପାନୀ ଉପରେ ଜରିମାନା । ନୟାପଲ୍ଲୀର କିଛି କାନ୍ଥରେ ଜିଓ ଫାଇବର ପକ୍ଷରୁ ମରାଯାଇଥିବା ପୋଷ୍ଟର ପାଇଁ ୫୦ହଜାର ଟଙ୍କା ଜରିମାନା କରିଛି ବିଏମସି । ଏହାସହ ଜିଓ ଫାଇବର ନାଁରେ ମାମଲା ମଧ୍ୟ କରାଯାଇଛି ।
ଗତ କିଛି ଦିନ ହେଲା ରାଜଧାନୀର ବିଭିନ୍ନ ସ୍ଥାନରେ ଲଗା ଯାଇଥିବା ବେଆଇନ ପୋଷ୍ଟର ବ୍ୟାନରକୁ ନେଇ କାର୍ଯ୍ୟାନୁଷ୍ଠାନ ନେଉଛି ବିଏମସି । ହୋର୍ଡିଂ ମାରିଲେ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ବୋଲି ଦର୍ଶାଇ କିଛି ଦିନ ତଳେ ଏକ ଘରୋଇ ପାନ ମସଲା କମ୍ପାନୀକୁ ୫ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିଲା । ଥାନାରେ ମାମଲା ବି ଦାୟର ହୋଇଥିଲା ।
ଏହାଛଡା କୋଚିଂ ସେଂଟର, ଜିମ୍ ଓ ଯାତ୍ରା ପାର୍ଟିଠାରୁ ବି ଫାଇନ ଆଦାୟ କରିଛି ବିଏମସି । ନୂଆ ବର୍ଷ ପାଇଁ ଲାଗିଥିବା ରାଜନେତାଙ୍କ ପୋଷ୍ଟର ଗୁଡ଼ିକୁ ବିଡିଏ ସ୍କ୍ୱାଡ ଆସି ହଟାଇ ନେଇଥିଲେ । ରାଜଧାନୀର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏବେ ବିଏମସି ପକ୍ଷରୁ ପୋଷ୍ଟର ଯୁଦ୍ଧକାଳୀନ ଭିତିରେ ହଟାଇ ଫାଇନ ପକାଯାଉଛି ।