ମୃତ୍ୟୁ ଯେଉଁଠି ହାର ମାନିଛି କରୋନା ସେଠି କିଏ : ଲକଡାଉନ କଟକଣା ସତ୍ତ୍ୱେ “ସାବିତ୍ରୀ ବ୍ରତ” ପାଇଁ ବଜାରରେ ଅସମ୍ଭବ ଭିଡ଼

ଦିନକୁ ଦିନ କରୋନା ମାମଲା ବଢିବାରେ ଲାଗିଛି । ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ ହେଇସାରିଥିଲା ବେଳେ ଆଜି ଗୋଟିଏ ଦିନରେ ୫୧ ଜଣ ଚିହ୍ନଟ ହୋଇଛନ୍ତି ଓ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୧୦୩ କୁ ଛୁଇଁଲାଣି । ସେପଟେ କିନ୍ତୁ ଆଗମୀ କାଲି ସାବିତ୍ରୀ ଓଷାକୁ ନେଇ ବଜାର ସରଗରମ । ଭଦ୍ରକ ଜିଲ୍ଲାର ଫଳ ବଜାରରେ ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼ ।

କେବଳ ଫଳ ବଜାର କାହିଁକି, ଲୁଗା ଦୋକାନରେ ନୂଆ ଲୁଗା ପାଇଁ ସଧବାମାନଙ୍କର ଗହଳି । ଭଦ୍ରକ ଜିଲ୍ଲାର ଅପର୍ତ୍ତିବିନ୍ଧା ଛକ ଠାରୁ ଆରମ୍ଭ କରି ଚରମ୍ପା ଯାଏଁ ଜନଗହଳି ଦୃଶ୍ୟ ସାମ୍ନାକୁ ଆସିଛି । ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଲା ସାବିତ୍ରୀ ଓଷା ପାଇଁ ଯେ ଲୋକେ ଆବଶ୍ୟକ ସାମଗ୍ରୀ କିଣୁଥିଲାବେଳେ ସାମାଜିକ ଦୂରତା କଟକଣାକୁ ଉଲଂଘନ କରିଛନ୍ତି । ଅଧିକାଂଶ ତ ମୁହଁରେ ମାସ୍କ ବି ପିନ୍ଧି ନଥିବା ଚିତ୍ର ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ସୂଚନା ଅନୁଯାୟୀ କେବଳ ଭଦ୍ରକ ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ । ଯଦିଓ ସେମାନଙ୍କ ଭିତରୁ ୨୫ ଜଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି ତଥାପି ୭୦ ଜଣ ଚିକିତ୍ସାଧିନ ।

Leave a Reply

Your email address will not be published. Required fields are marked *