ସଂସ୍କାର :- ସମଗ୍ର ଦେଶରେ ଏବଂ ବିଶେଷକରି ଉତ୍ତରପ୍ରଦେଶରେ ଧର୍ମ ପରିବର୍ତ୍ତନର ମାମଲା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି | ଏପରି ଅନେକ ଘଟଣା ଅଛି ଯେଉଁଠାରେ ଝିଅମାନଙ୍କୁ ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଛି।ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରର ନାଶିକରୁ ଏପରି ଏକ ଧର୍ମ ପରିବର୍ତ୍ତନର ମାମଲା ସାମ୍ନାକୁ ଆସିଛି। ଏହିଠାରେ ବାଧ୍ୟତାମୂଳକ ଭାବରେ କୌଣସି ଧର୍ମ ପରିବର୍ତ୍ତନ ର ମାମଲା ନଥିଲା, କିନ୍ତୁ ବିବାହ କାର୍ଡ ଦେଖି ଲୋକମାନେ ଏଠାରେ ଲଭ୍ ଜିହାଦ ଘଟଣା ବୋଲି ଭାବନା କରିଥିଲେ।
ସର୍ବପ୍ରଥମେ ଆମେ ଆପଣଙ୍କୁ ଏହି ବିବାହ କାର୍ଡ ଦେଖାଇବୁ | ଏହି କାର୍ଡ ଦେଖି ଆପଣ ଆଶ୍ଚର୍ଯ୍ୟ ମଧ୍ୟ ହୋଇପାରନ୍ତି | ସୂଚନା ଅନୁଯାୟୀ, ଉଭୟେ ମେ ମାସରେ କୋର୍ଟରେ ସେମାନଙ୍କର ବିବାହ ପଞ୍ଜିକରଣ କରିଥିଲେ।
ପ୍ରକୁତ ଘଟଣା ଏହା ଯେ, ନାଶିକରେ ରହୁଥିବା 28 ବର୍ଷୀୟ ଜଣେ ହିନ୍ଦୁ ଝିଅ , ମୁସଲମାନ ପୁଅ ସହିତ ବିବାହ କରିବାକୁ ଯାଉଥିଲେ | ଏହି ମୁସଲମାନ ପୁଅ ସେହି ଝିଅର ବନ୍ଧୁ ବା ସାଙ୍ଗ ଥିଲେ ଏବଂ ଦୁହେଁ ଏକାଠି ପାଠ ପଢ଼ୁଥିଲେ। ତେବେ ଝିଅ ଜଣଙ୍କ ଶାରୀରିକ ଅକ୍ଷମ (ଅନ୍ଧ) ଥିବା କାରଣରୁ ଏବଂ ତାଙ୍କୁ ବିବାହ କରିବାକୁ କେହି ପ୍ରସ୍ତୁତ ନଥିଲେ ଏବଂ ଯେତେବେଳେ ଏହି ଝିଅ ତାଙ୍କ ପରିବାର ସଦସ୍ୟଙ୍କ ଆଗରେ ନିଜ ବନ୍ଧୁଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁଛି ବୋଲି କହିଲା , ସେତେବେଳେ ଝିଅର ଘର ଲୋକେ ମଧ୍ୟ ରାଜି ହୋଇଗଲେ ।
କିନ୍ତୁ ଯେତେବେଳେ ଏହି ଦୁଇଜଣଙ୍କର ବିବାହ କାର୍ଡ ଛପା ହେଲା, ଏହାକୁ ଦେଖିବା ପରେ ଆଖପାଖର ଲୋକଙ୍କୁ ଅନୁଭୂତ ହେଲା ଯେ ଏହା ବିବାହ ଏକ ଲଭ୍ ଜିହାଦ୍ ବିବାହ । ଏହା ପରେ ସୋସିଆଲ ମିଡିଆରେ ଏ ଦୁହିଁଙ୍କର ବିବାହ କାର୍ଡ ଭାଇରାଲ ହୋଇଗଲା | ଲୋକମାନେ ମଧ୍ୟ ଏହି ବିବାହକୁ ଲଭ୍ ଜିହାଦର ନାମ ଦେଇଦେଲେ | ଅନ୍ୟପଟେ ଉଭୟ ପୁଅ ଏବଂ ଝିଅର ପରିବାର ଉପରେ ଏତେ ଚାପ ଦିଆଯାଇଥିଲା ଯେ ସେମାନଙ୍କୁ ଏହି ବିବାହ ବାତିଲ କରିବାକୁ ପଡିଲା |