ଦୁଇ ମାସ ବ୍ୟବଧାନ ପରେ କ୍ରମାଗତ ତୃତୀୟ ଦିନ ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର : ଜାଣନ୍ତୁ କେଉଁଠି କେତେ ରହିଛି ଏହାର ମୂଲ୍ୟ

ଘରୋଇ ବଜାରରେ ୪୮ ଦିନର ସ୍ଥିରତା ପରେ କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦାମରେ ବୃଦ୍ଧି ଘଟିଛି । ରବିବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮ ପଇସା ଏବଂ ଡିଜେଲ ୧୯ ପଇସା ବୃଦ୍ଧି ହୋଇଛି । ଏହା ହାରର ସିଧାସଳଖ ତୃତୀୟ ଦିନ ବୃଦ୍ଧି ହେତୁ ଆନ୍ତର୍ଜାତୀୟ ତୈଳ ଦର ମୂଲ୍ୟ ସଂଶୋଧନରେ ପ୍ରାୟ ଦୁଇମାସ ବ୍ୟବଧାନକୁ ଭାଙ୍ଗି ଦେଇଛି । ତୈଳ ମାର୍କେଟିଂ କମ୍ପାନୀଗୁଡିକର ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୧.୩୮ ଟଙ୍କାରୁ ୧.୪୬ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଡିଜେଲ ଦର ଲିଟର ପିଛା ୭୦.୮୮ ଟଙ୍କାରୁ ୭୧.୦୭ ଟଙ୍କାକୁ ବୃଦ୍ଧି ପାଇଛି ।

ରାଷ୍ଟ୍ରାୟତ୍ତ ଇନ୍ଧନ ଖୁଚୁରା ବ୍ୟବସାୟୀମାନେ ଶୁକ୍ରବାରଠାରୁ ଇନ୍ଧନ ମୂଲ୍ୟ ବୃଦ୍ଧି କରିବା ଆରମ୍ଭ କରିଛନ୍ତି । ତିନି ଦିନ ମଧ୍ୟରେ ପେଟ୍ରୋଲ ମୂଲ୍ୟ ୪୦ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ଲିଟର ପିଛା ୬୧ ପଇସା ବୃଦ୍ଧି ପାଇଛି ।ତେବେ ସୂଚନାଥାଉ ଯେ ସେପ୍ଟେମ୍ବର ୨୨ ତାରିଖରୁ ପେଟ୍ରୋଲ ମୂଲ୍ୟ ସ୍ଥିର ରହିଥିଲା ଏବଂ ଅକ୍ଟୋବର ୨ ତାରିଖ ଯାଏଁ ଡିଜେଲ ଦରରେ ମଧ୍ୟ ପରିବର୍ତ୍ତନ ହୋଇନଥିଲା ।

ଖୁଚୁରା ମୂଲ୍ୟରେ ଅସ୍ଥିରତାକୁ ଏଡ଼ାଇବା ପାଇଁ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ସେମାନେ ହାରକୁ ଠିକ୍ କରିବାକୁ ଚେଷ୍ଟା କରିଛନ୍ତି । ପେଟ୍ରୋଲ ମୂଲ୍ୟ ସଂଶୋଧନରେ ୫୮ ଦିନର ବ୍ୟବଧାନ ଏବଂ ଡିଜେଲ ହାରରେ ୪୮ ଦିନିଆ ସ୍ଥିତି ପୂର୍ବରୁ ଜୁନ ୩୦ ରୁ ଅଗଷ୍ଟ ୧୫ ତାରିଖ ମଧ୍ୟରେ ହାରରେ କୌଣସି ପରିବର୍ତ୍ତନ ହୋଇନଥିଲା । ଏମିତିକି ମାର୍ଚ୍ଚ ୧୭ ରୁ ଜୁନ ୬ ତାରିଖ ମଧ୍ୟରେ ୮୫ ଦିନିଆ ସ୍ଥିର ସ୍ଥିତି ଥିଲା ।

ତେବେ ମୁମ୍ବାଇରେ ରବିବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୮.୦୯ ଟଙ୍କାରୁ ବଢି ୮୮.୧୬ ଟଙ୍କା ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ୭୭.୩୪ ରୁ ୭୭.୫୪ ଟଙ୍କାକୁ ବୃଦ୍ଧି ପାଇଛି । ସ୍ଥାନୀୟ ବିକ୍ରୟ କର ଉପରେ ନିର୍ଭର କରି ଏ ହାର ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ ।

Leave a Reply

Your email address will not be published. Required fields are marked *