୫ ଅପ୍ରେଲ ରାତି ୯ଟାରେ ଏହି କାମ କରିବାକୁ କଲେ ଆହ୍ଵାନ, କହିଲେ ଏଇଟା ହିଁ ରାମବାଣ ଔଷଧି : ପ୍ରଧାନମନ୍ତ୍ରୀ ମୋଦି

ଆଜି ସକାଳ ୯ଟାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ଓ କହିଛନ୍ତି ଆସନ୍ତା ରବିବାର ୫ ଅପ୍ରେଲକୁ ୧୩୦ କୋଟି ଦେଶବାସୀଙ୍କ ମହାଶକ୍ତିର ଜାଗରଣ ହେବ । ୧୩୦ କୋଟି ଦେଶବାସୀଙ୍କର ମହାସଂକଳ୍ପକୁ ଏକ ନୂଆ ସ୍ତରକୁ ନେବାକୁ ହେଲେ ଆଗାମୀ ରବିବାର ଦିନ ରାତି ୯ ଟାରେ ଦେଶବାସୀଙ୍କର ୯ ମିନିଟ ସମୟ ମୋଦିଙ୍କୁ ଦେବାକୁ ହେବ ।

ଘରର ସବୁ ଲାଇଟ ବନ୍ଦ କରି ଘର ଦୁଆର କିମ୍ବା ବାଲକୋନୀରେ ଠିଆ ହେଇ ୯ ମିନିଟ ପାଇଁ ମହମବତୀ, ଦୀପ, ଟର୍ଚ୍ଚ କିମ୍ବା ମୋବାଇଲର ଫ୍ଲାସ ଲାଇଟ ଜଳାନ୍ତୁ । ପ୍ରତ୍ୟେକ ବ୍ୟକ୍ତି ଯେତେବେଳେ ଏକା ସମୟରେ ଏହି କାର୍ଯ୍ୟ କଲେ ଗୋଟିଏ ଉଦ୍ଦେଶ୍ୟ ନେଇ ଆମେ ସମସ୍ତେ ଏକାଠି ହୋଇ କରୋନା ବିରୋଧରେ ଲଢୁଥିବାର ଗୋଟିଏ ମହାଶକ୍ତିର ଅନୁଭବ ହେବ । ଏହି ପ୍ରକାଶରେ ନିଜ ମନରେ ସମସ୍ତେ ସଂକଳ୍ପ କରିବା ଯେ ଆମେ ଏକୁଟିଆ ନାହୁଁ । କେହି ବି ଏକୁଟିଆ ନାହାନ୍ତି । ୧୩୦ କୋଟି ଦେଶବାସୀ ଗୋଟିଏ ହିଁ ସଂକଳ୍ପ ସହିତ ଦୃଢ ସକଳ୍ପିତ ହେବା ବୋଲି ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଛନ୍ତି ।

ଏହାସହିତ ସେ ଅନୁରୋଧ ମଧ୍ୟ କରିଛନ୍ତି ଯେ ଏହି ଆୟୋଜନ ସମୟରେ କାହାକୁ ବି କେଉଁଠି ବି, ରାସ୍ତା, ଘାଟ, ଗଳି, କନ୍ଦି ଏକାଠି ନହୁଅନ୍ତୁ । ନିଜ ଘର ଦୁଆର, ଅଗଣା କିମ୍ବା ବାଲକୋନୀରୁ ହିଁ ଏହି କାର୍ଯ୍ୟ ସମ୍ପାଦନ କରନ୍ତୁ । ସାମାଜିକ ଦୂରତାର ଲକ୍ଷ୍ମଣ ରେଖା ଡିଅନ୍ତୁ ନାହିଁ । କୌଣସି ବି ପରିସ୍ଥିତିରେ ସାମାଜିକ ଦୂରତା ବଜାୟ ରଖନ୍ତୁ ।

କରୋନା ଚକ୍ରକୁ ଭାଙ୍ଗିବାକୁ ହେଲେ ଏହା ହିଁ ରାମବାଣ ଔଷଧି ବୋଲି ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି । ତେଣୁ ୫ ଅପ୍ରେଲ ରବିବାର ଦିନ ରାତି ୯ ଟାରେ ୯ ମିନିଟ ପାଇଁ ଏକୁଟିଆ ବସି ଭାରତମାତା, ୧୩୦ କୋଟି ଦେଶବାସୀଙ୍କ ଚେହେରା, ଦେଶବାସୀଙ୍କ ଏକତା ଓ ମହାଶକ୍ତିକୁ ସ୍ମରଣ କରନ୍ତୁ, ଅନୁଭବ କରନ୍ତୁ । ପ୍ରଧାନମନ୍ତ୍ରୀ ଏକଥା ବି କହିଛନ୍ତି ଯେ ଏହି ସଙ୍କଟ ଘଡ଼ିରେ ଏ କାର୍ଯ୍ୟ ସମସ୍ତଙ୍କୁ ଲଢିବାକୁ ଶକ୍ତି ଓ ଜିତିବାକୁ ଆତ୍ମବିଶ୍ଵାସ ଦେବ । ଦୁନିଆରେ ଏମିତି କିଛି ନାହିଁ ଯାହାକୁ ଉତ୍ସାହ ଓ ସଂକଳ୍ପ ଦ୍ଵାରା ଜିତି ନେହବ ! ଆସନ୍ତୁ ସାଙ୍ଗ ହେଇ ମିଳିମିଶି କରୋନାକୁ ହରେଇବା । ଭାରତକୁ ଜିତେଇବା ।   

Leave a Reply

Your email address will not be published. Required fields are marked *