ସଂସ୍କାର : ଶୀର୍ଷକଟିକୁ ପଢିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ସତ । କିନ୍ତୁ ଘଟଣାଟି ପୂରା ସତ । ଏଭଳି ଏକ ଘଟଣା ଘଟିଛି ସାଉଥ ସୁଡ଼ାନର ଲେକ୍ସ ଷ୍ଟେଟରେ। ଫାର୍ମ ନିକଟରେ ଥିବା ଜଣେ ଶିଶୁ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଗାଈକୁ ଗିରଫ କରିଛି ପୋଲିସ । ଡେଲି ଷ୍ଟାର ରିପୋର୍ଟ ଅନୁସାରେ ଗାଈର ଆକ୍ରମଣରେ ଶିଶୁଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଏହା ପରେ ଗାଈକୁ ରୁମ୍ବକ ସେଣ୍ଟ୍ରାଲ କାଉଁଣ୍ଟି ପୋଲିସ ଷ୍ଟେସନରେ ଅଟକ ରଖାାଯାଇଛି ।
![](https://sanskarnetwork.in/odia/wp-content/uploads/2022/06/Picsart_22-06-24_08-33-07-802-1024x614.jpg)
ସୂଚନାଯୋଗ୍ୟ ଯେ, ଏହି ଘଟଣା ପୂର୍ବରୁ ମଧ୍ୟ ପଶୁମାନଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଇଛି । ସେମାନଙ୍କ ଉପରେ ମୋକଦ୍ଦମା ମଧ୍ୟ ଚାଲିବା ସହିତ ସେମାନଙ୍କୁ ଜେଲଦଣ୍ଡାଦେଶ ମଧ୍ୟ କରାଯାଇଛି । କିଛି ଦିନ ପୂର୍ବରୁ ଏକ ମଈଁଷିକୁ ୪୫ ବଷୀୟା ମହିଳାଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଥିଲା ।
![](https://sanskarnetwork.in/odia/wp-content/uploads/2022/06/Picsart_22-06-24_08-33-27-914-1024x614.jpg)
ଏହି ମାମଲାର ଶୁଣାଣି କରାଯାଇ ମଈଁଷିକୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି । ଯେତେବେଳେ ମଈଁଷିର କାରାଦଣ୍ଡର ଅବଧି ଶେଷ ହୋଇଯିବ ସେତେବେଳେ ମଈଁଷିକୁ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଦିଆଯିବ।