ରାତି ହେଲେ ମୁଁ ଭାଲୁ ହୋଇଯାଏ ! ବର୍ତ୍ତମାନ ପୋଲିସ ହାତରେ ସେହି ଭାଲୁ…ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ, ଦେଖନ୍ତୁ ଭିଡ଼ିଓ

ସଂସ୍କାର: ବର୍ତ୍ତମାନ ଚୋରି କରିବା ପାଇଁ ବି ଲୋକମାନେ ଏହିପରି ସବୁ ଉପାୟ ବାଛିଲେଣି ଯାହା ବିଷୟ ରେ ଆପଣ ଜାଣିଲେ ତାଯୁବ ହେବେ। ନିକଟରେ ଏହିପରି ଏକ ଘଟଣା ସାମ୍ନା କୁ ଆସିଛି ଯାହା ସଭିଙ୍କୁ ଚକିତ କରିଛି। ଉଦଳା ପୋଲିସ ଷ୍ଟେସନ ରୁ ଏହି ମାମଲାଟି ଲୋକ ଲୋଚନକୁ ଆସିଛି।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ରାତିରେ ଭାଲୁ ହୋଇ ଲୋକଙ୍କ ଘରେ କଳାକନା ବୁଲାଉ ଥିଲେ। କିନ୍ତୁ କଥା ରେ ଅଛି କି ଚୋର ଘର ବେଶି ଦିନ ଅନ୍ଧାର ରେ ରହେ ନାହିଁ, ଠିକ ସେହିଭଳି ଏହି ମଣିଷ ରୂପୀ ଭାଲୁ ପଡିଯାଇଛି ପୋଲିସ କବ୍ଜାରେ, ଆଉ ସାମ୍ନାକୁ ଆସିଛି ତାଙ୍କର ଅସଲ ଚେହେରା। ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଉଦଳା ପୋଲିସ କପ୍ତିପଦାର ଏକ ଅଞ୍ଚଳରୁ ଚାରି ଜଣ ଚୋରଙ୍କୁ ଗିରଫ କରିଛି ଯେଉଁମାନେ ଅନେକ ଦିନରୁ ଘର ଘର ବୁଲି ଚୋରି କରି ଆସୁଥିଲେ।

ତେବେ ଏହି ଚାରି ଜଣ ବ୍ୟକ୍ତି ହେଉଛନ୍ତି ଭଦ୍ରକ ଜିଲ୍ଲାର। ମାତ୍ର ପ୍ରାୟ ଦୀର୍ଘ ଦିନ ହେବ ସେମାନେ ମୟୁରଭଞ୍ଜ, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାର ଅନେକ ଗ୍ରାମରେ ଘରେ ପଶି ଚରି କରୁଥିଲେ। ତେବେ ଚୋରି କରିବା ପାଇଁ ସେମାନେ ଭାଲୁର ମୁଖାକୁ ପିନ୍ଧୁଥିଲେ ଏବଂ ଲୋକଙ୍କ ଘରର କାନ୍ଥକୁ ଭାଙ୍ଗି ଘରେ ପଶି ଧାରୁଆ ଅସ୍ତ୍ର ଦେଖାଇ ଲୋକଙ୍କୁ ଡ଼ରେଇ ଧମକେଇ ଚୋରି କରୁଥିଲେ। ତେବେ ଏହିପରି ସେମାନେ ଅନେକ ଦିନ ରୁ କରି ଆସୁଥିଲେ , ପୋଲିସ ମଧ୍ୟ ଅନେକ ଚେଷ୍ଟା କରିବା ପରେ ବି ଏମାନ ଙ୍କୁ ଧରିବା ରେ ସକ୍ଷମ ହେଉ ନଥିଲା।

ମାତ୍ର କପ୍ତିପଦା ଅଞ୍ଚଳ ରୁ ଏହି ଚୋର ଗ୍ୟାଙ୍ଗ ଚୋରି କରିବାକୁ ଯାଇଥିବା ବେଳେ ଉଦଳା ପୋଲିସ ଏହାର ଖବର ପାଇଥିଲା ଆଉ ସଂଗେ ସଂଗେ ଚୋରଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ତେବେ ଯୋଜନା ଅନୁସାରେ ସମସ୍ତ ଚୋରଙ୍କୁ ସେମାନେ ଧରିବା ପାଇଁ ଚେଷ୍ଟା କରିଥିଲେ ହିଁ ଜଣେ ସେଠାରୁ ଖସିଯିବା ରେ ସକ୍ଷମ ହୋଇ ଥିଲା ମାତ୍ର ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ତେବେ ଗିରଫ ପରେ ମଧ୍ୟ ଜଣେ ବ୍ୟକ୍ତି ନିଜ ମୁଁହରେ ଭାଲୁର ମୁଖା ପିନ୍ଧିଥିବା ର ଦେଖିବାକୁ ମିଳିଛି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:

Leave a Reply

Your email address will not be published. Required fields are marked *