ସ୍କୁଲ ସମ୍ମୁଖରେ ସେକ୍ସ କଲେ ହଳେ ଦମ୍ପତି : ପିଲାମାନେ ଭିଡ଼ିଓ ରେକର୍ଡ଼ କରି କଲେ ଭାଇରାଲ…

intimate of couple in front of a school

ଆଧୁନିକତା ନାଁରେ ଅପସଂସ୍କୃତି ହିଁ ଆପଣେଥାନ୍ତି ବିଦେଶୀମାନେ । ଯାହା ବନ୍ଦ କୋଠରୀ ଭିତରେ ହୁଏ ତାହା ସର୍ବସାଧାରଣ ସ୍ଥାନରେ ବି କରିବାକୁ ପଛାନ୍ତି ନାହିଁ କି ଲଜ୍ୟାବୋଧ କରନ୍ତିନି ସେମାନେ । ଖୋଲାଖୋଲି ଉତଶୃଙ୍ଖଳତାକୁ ଆଧୁନିକତା ବୋଲି ବିବେଚନା କରନ୍ତି ବିଦେଶୀମାନେ । ସେହିପରି ଏକ ଘଟଣା ଘଟିଛି ସ୍ପେନରେ । ଏକ ସ୍କୁଲ ସମ୍ମୁଖରେ ହଳେ ଦମ୍ପତିଙ୍କ ଗତିବିଧି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍କୁଲ ସାମ୍ନାରେ ହିଁ ଦମ୍ପତ୍ତି ଦୁଇଜଣ ସେକ୍ସ କରିବାକୁ ଲାଗିଲେ । ସେମାନଙ୍କୁ ନାଁ ସ୍କୁଲ ପିଲାଙ୍କ ଚିନ୍ତା ଥିଲା ନା ରାସ୍ତାରେ ଅତିକ୍ରମ କରୁଥିବା ଯାତ୍ରୀଙ୍କର ।

ସୂଚନାଥାଉ କି, ଘଟଣାଟି ସ୍ପେନର ସାଣ୍ଟା କ୍ରୁଜ୍ ଡି ଟେନେରାଇଫ୍ ସହରର ଅଟେ । ତେବେ ସ୍କୁଲରେ ପଢୁଥିବା ପିଲାମାନେ ସେମାନଙ୍କ ମୋବାଇଲ୍ ଫୋନରେ ସମସ୍ତ ଘଟଣାକୁ କଏଦ କରି ଇଣ୍ଟରନେଟରେ ଭାଇରାଲ୍ କରିଛନ୍ତି । ‘ଦ ସନ୍’ ରିପୋର୍ଟ ଅନୁଯାୟୀ ଏହି ଦମ୍ପତି ସ୍କୁଲ ସମ୍ମୁଖରେ ଥିବା ଏକ ବେଞ୍ଚରେ ବସି ଶାରୀରିକ ସମ୍ପର୍କ ରଖିଥିଲେ । ବିଦ୍ୟାଳୟର ଛାତ୍ରମାନେ ଏହି ଘଟଣାକୁ କ୍ୟାମେରାରେ ରେକର୍ଡ କରିଥିଲେ । ଯେତେବେଳେ କିଛି ସ୍ଥାନୀୟ ଲୋକ ଏହି ଦମ୍ପତିଙ୍କୁ ଖୋଲାଖୋଲି ଯୌନ ସମ୍ପର୍କ ରଖୁଥିବାର ଦେଖିଲେ, ସେମାନେ ପୋଲିସକୁ ସୂଚନା ଦେଇଥିଲେ । ସ୍ଥାନୀୟ ଲୋକମାନେ ପୋଲିସକୁ କହିଥିଲେ ଯେ ଏଠାରେ ଏକ ଦମ୍ପତି ସ୍କୁଲ ସମ୍ମୁଖରେ ସେକ୍ସରେ ଲିପ୍ତ ଅଛନ୍ତି ଏବଂ ସ୍କୁଲ ପିଲାମାନେ ଏହାକୁ ଦେଖୁଛନ୍ତି । ସୂଚନା ମୁତାବକ ପୋଲିସ ତୁରନ୍ତ ସେଠାରେ ପହଞ୍ଚିଥିଲା ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ମହିଳା ଜଣଙ୍କ ପୁରୁଷଙ୍କ କୋଳରେ ଶୋଇଥିଲେ । ପୋଲିସ ପହଞ୍ଚି ଶେଷରେ ଯୌନ କ୍ରିୟାରେ ମଗ୍ନ ଥିବା ଏହି ଦମ୍ପତ୍ତିକୁ ଅଲଗା କଲା ଏବଂ ପୋଷାକ ପିନ୍ଧିବାକୁ କହିଲା । ଏହି ଘଟଣା ଅପ୍ରେଲ ୯ ତାରିଖରେ ଘଟିଥିଲା ବୋଲି କୁହାଯାଉଛି । ଭାଇରାଲ ହେଇଥିବା ଭିଡ଼ିଓରେ ଦେଖିବାକୁ ମିଳିବ ଯେ ପୋଲିସ ପହଞ୍ଚିବା ପରେ ମହିଳା ଜଣକ କମ୍ବଳରେ ନିଜକୁ ଘୋଡ଼ାଇ ଦେଉଛନ୍ତି ।

ତେବେ ପୋଲିସ ଏହି ଦମ୍ପତିଙ୍କୁ ଗିରଫ କରିଛି ନା କେବଳ ଜରିମାନା ଲାଗୁ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଗ୍ରାନ କାନାରିଆର ଲାସ୍ ପାଲମାସରୁ ମଧ୍ୟ ସମାନ ଘଟଣା ଏକ ଘଟଣା ସାମ୍ନାକୁ ଆସିଥିଲା ଯେଉଁଠି ଦମ୍ପତ୍ତି ହଳେ ସମୁଦ୍ର ତଟରେ ଦିନବେଳା ସେକ୍ସରେ ମଗ୍ନ ଥିଲା ।

Leave a Reply

Your email address will not be published. Required fields are marked *