ସଂସ୍କାର : ବଳାତ୍କାରୀକୁ ପୋଲିସ କଲା ଏନକାଉଣ୍ଟର। ନିଜେ ନାବାଳିକାଙ୍କୁ ବଳାତ୍କାର କରିବା ସହିତ ଅନ୍ୟ ୫ ଜଣଙ୍କୁ ବି ବାଣ୍ଟିଥିଲା ଯୁବତୀଙ୍କୁ। ଆଉ ଶେଷରେ ପୋଲିସ ଗୁଳିରେ ଟଳିପଡିଲା ରେପିଷ୍ଟ। ପୋଲିସ ଗୁଳିରେ ପ୍ରାଣ ହରାଇଲା ନାବାଳିକାଙ୍କ ଦୁଷ୍କର୍ମ ଭିଡିଓ କରି ବ୍ଲାକମେଲ କରୁଥିବା ଅଭିଯୁକ୍ତ। ଆସାମର ଗୌହାଟିରେ ଘଟିଛି ଏହି ସମ୍ବେଦନଶୀଳ ଘଟଣା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗିରଫ ସମୟରେ ଖସିଯିବାକୁ ଚେଷ୍ଟା କରିବା ସହିତ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା ବଳାତ୍କାରୀ ଅଭିଯୁକ୍ତ । ତେବେ ପୋଲିସର ପାଲଟା ଜବାବରେ ଏନକାଉଣ୍ଟରରେ ପ୍ରାଣ ହରାଇଛି ଏହି ରେପିଷ୍ଟି।
ଆସାମ ପୋଲିସର କହିବା ମୁତାବକ ଆରୋପୀ ବିକି ଅଲୀ ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର କରିବା ସହିତ ଏହାର ଭିଡିଓ କରି ନାବାଳିକାଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ, ଦୁଷ୍କର୍ମର ଭିଡିଓ ଡିଲିଟ କରିବା ବାହାନାରେ ଡାକି ଏକ ହୋଟେଲରେ ଅନ୍ୟ ୫ ଜଣଙ୍କ ସହିତ ମିଶି ନାବାଳିକାଙ୍କୁ ପୁଣି ଦୁଷ୍କର୍ମ କରିଥିଲା ବିକି । ତେବେ ଏ ନେଇ ଏକ ମାମଲା ରୁଜୁ କରି ବିକିକୁ ଗିରଫ କରିଥିଲା ମହିଳା ପୋଲିସ ।
ତେବେ ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପାନବଜାର ଯାଇଥିଲା । କିନ୍ତୁ ଏଠାରେ ପୋଲିସ ହାତରୁ ଖସିଯିବାକୁ ଚେଷ୍ଟା କରିବା ସହିତ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା ଅଭିଯୁକ୍ତ ବିକି । କିନ୍ତୁ ପୋଲିସର ପାଲଟା ଜବାବ ବିକି ପାଇଁ ମହଙ୍ଗା ପଡିଛି । ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି ।