ସଂସ୍କାର : ଗୋରଖପୁର ପୋଲିସ ଏକ ଏନକାଉଣ୍ଟର ସମୟରେ କରିଛି। ଆଉ ପୋଲିସ୍ ଗୁଳିର ଶିକାର ହୋଇଛି ବିଜୟ ପ୍ରଜାପତି। ଆଗରୁ ମଧ୍ୟ ବିଜୟ ପ୍ରଜାପତିକୁ ଧରିବା ପାଇଁ ପୋଲିସ୍ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। କିନ୍ତୁ ପୋଲିସକୁ ଧରାନଦେଇ ସେ ଆଜାଦ୍ ହୋଇ ବୁଲୁଥିଲା। ତେବେ କୌଣସି ସୁତ୍ରରୁ ଖବର ପାଇ ପୋଲିସ୍ ବିଜୟକୁ ଧରିବା ପାଇଁ ପୋଲିସ୍ ବିଜୟ ଲୁଚିଥିବା ସ୍ଥାନରେ ପହଞ୍ଚିଥିଲା। ଆଉ ପୋଲିସକୁ ଦେଖି ବିଜୟ ଗୁଳି ଚାଳନା କରିଥିଲା। ପୋଲିସ୍ ମଧ୍ୟ ପ୍ରତିଉତ୍ତରରେ ବିଜୟ ଉପରକୁ ଗୁଳିମାଡ଼ କରିଥିଲା। ଆଉ ପୋଲିସର ଗୁଳିମାଡ଼ରେ ବିଜୟ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲା। କିନ୍ତୁ ମେଡ଼ିକାଲରେ ଭର୍ତ୍ତି ହେବା ପରେ ତାକୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
ସୂଚନା ଅନୁସାରେ, ପୋଲିସ୍ ଏନକାଉଣ୍ଟରରେ ସଫା ହୋଇଥିବା ବିଜୟ ପ୍ରଜାପତି ଗାଗାର ପ୍ରସିଦ୍ଧ କାଜଲ ସିଂ ହତ୍ୟା ମାମଲାର ମୁଖ୍ୟ ହତ୍ୟାକାରୀ ରହିଥିଲା। ସେ ୨୦ ବର୍ଷୀୟ କାଜଲ ସିଂଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲା। ତେବେ ବିଜୟ ନିକଟରୁ ପିସ୍ତଲ ଏବଂ କାର୍ଟ୍ରିଜ ଜବତ କରାଯାଇଛି। ଏହା ସହିତ ସେ ଲୁଚିଥିବା ସ୍ଥାନରୁ ସିବିଆଇ ଏବଂ ହରିୟାଣା ପୋଲିସର ଦୁଇଟି ନକଲି ପରିଚୟ ପତ୍ର ମଧ୍ୟ ଜବତ କରାଯାଇଛି। ଗିରଫଦାରୀକୁ ଏଡାଇବା ପାଇଁ ହତ୍ୟାକାରୀ ବିଜୟ ଏକ ନକଲି ଆଇ-କାର୍ଡ ଜରିଆରେ ପଳାଉଥିବାର ପୋଲିସ ଦାବି କରିଛି।
ସୂଚନାଯୋଗ୍ୟ ଯେ, ଟଙ୍କା କାରବାରକୁ ନେଇ ବିବାଦ କାରଣରୁ ଗାଗା ପୋଲିସ ଷ୍ଟେସନ ଅଞ୍ଚଳରେ ବିଜୟ ପ୍ରଜାପତି ଭାଲୁଆନ ଅଞ୍ଚଳରେ ରହୁଥିବା କାଜଲ ସିଂଙ୍କୁ ହତ୍ୟା କରିଥିଲେ। କୁହାଯାଉଛି ଯେ କାଜଲ ତାଙ୍କ ପିତାଙ୍କୁ ମାଡ ମାରିବାର ଏକ ଭିଡିଓ ପ୍ରସ୍ତୁତ କରୁଥିଲେ। ଏଥିପାଇଁ ବିଜୟ ତାଙ୍କୁ ଗୁଳି କରିଥିଲେ। କାରଣ କାଜଲଙ୍କର ବାପା ବିଜୟ ଠାରୁ ଟଙ୍କା ନେଇଥିଲେ। ଆଉ ଆଜିକାଲି କହି ସେ ଦୁଇ ବର୍ଷ ହେବ ବିଜୟକୁ ଟଙ୍କା ଦେଉନଥିଲେ। ସେଥି ପାଇଁ ବିଜୟ ଆସି କାଜଲଙ୍କ ବାପାଙ୍କୁ ବାଡେଇ ଟଙ୍କା ଆଦାୟ କରୁଥିଲା। ଆଉ ଏହି ବାଡେଇବାର ଭିଡ଼ିଓ ଝିଅ କାଜଲ ଶୁଟ୍ କରୁଥିଲା। ଯାହାକୁ ଦେଖି ଦେଇଥିଲା ବିଜୟ। ଆଉ ସେ କାଜଲଙ୍କର ମୋବାଇଲ ଭାଙ୍ଗିବା ସହିତ ତାକୁ ଗୁଳି କରି ମାରିଦେଇଥିଲା। ଆଉ ପରବର୍ତ୍ତୀ ସମୟରେ ଲକ୍ଷ୍ନୌର କେଜିଏମସିରେ ଚିକିତ୍ସା ସମୟରେ କାଜଲର ମୃତ୍ୟୁ ଘଟିଥିଲା। ସେବେଠାରୁ ହତ୍ୟାକାରୀ ବିଜୟ ପୋଲିସ୍ ଠାରୁ ଲୁଚି ପଳାୟନ କରୁଥିଲା। ପୋଲିସ ପୂର୍ବରୁ ଏହି ଘଟଣାରେ ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରିସାରିଛି। ତେବେ ମୃତ ବିଜୟ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଥିଲା।